ଦିଲ୍ଲୀ ଓ ମହାରାଷ୍ଟ୍ରରେ କମିଲା, କେରଳରେ ବଢିଲା ଦୈନିକ ସଂକ୍ରମଣ

0
163
ଦିଲ୍ଲୀ ଓ ମହାରାଷ୍ଟ୍ରରେ

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ, (୨୯/୦୧) : ଦିଲ୍ଲୀ ଓ ମହାରାଷ୍ଟ୍ରରେ କମିଲା କରୋନା ସଂକ୍ରମଣ । ଦେଶ ର ରାଜଧାନୀ ଦିଲ୍ଲୀ କରୋନା ସଂକ୍ରମଣ କମୁଥିବା ବେଳେ କେରଳରେ ଦୈନିକ ସଂକ୍ରମଣ ଗୋଟିଏ ଦିନ କମିବା ପରେ ପୁଣି ବଢିବାରେ ଲାଗିଛି ।

ଦିଲ୍ଲୀରେ ୨୪ ଘଣ୍ଟାରେ ୪ ହଜାର ୪୪ ଜଣ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୨୫ ଜଣଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀରେ ସଂକ୍ରମଣ ହାର ୮ ଦଶମିକ ୬୦ ପ୍ରତିଶତ ରହିଛି । ସେପଟେ କେରଳରେ ୨୪ ଘଣ୍ଟାରେ ୫୪ ହଜାର ୫୩୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀ ଓ ମହାରାଷ୍ଟ୍ରରେ ସଂକ୍ରମଣ କମିଛି ।

ବୁଧବାର ୫୧ ହଜାର ୭୩୯ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେହିପରି ମଙ୍ଗଳବାର ସର୍ବାଧିକ ଦିନକରେ ୫୫ ହଜାର ୪୫୭ ନୂଆ ମାମଲା ଆସିଥିଲା । ସେପଟେ ମହାରାଷ୍ଟ୍ରରେ ୨୪ ହଜାର ୯୪୮ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୧୦ ଜଣ ଓମିକ୍ରନ ଆକ୍ରାନ୍ତ ବୋଲି ଜଣାପଡିଛି । ସେପଟେ କର୍ଣ୍ଣାଟକରେ ଦିନକରେ ୩୧ ହଜାର ୧୯୮ ମାମଲା ଚିହ୍ନଟ ହୋଇଛି ।