ବାରାଣସୀ ହାଇସ୍କୁଲ ର ଗେଟ ନିର୍ମାଣ ସରିବ କେବେ ?

0
169
ବାରାଣସୀ ହାଇସ୍କୁଲ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୩୧/୦୧) : ୧୯୫୫ ମସିହାରୁ ପ୍ରତିଷ୍ଠିତ ବାରାଣସୀ ହାଇସ୍କୁଲ ର ମୁଖ୍ୟ ଫାଟକ କାମ ଏ ଯାଏଁ ସରୁନି । ଯାହା ଫଳରେ ହାଇସ୍କୁଲ ଶ୍ରୀହୀନ ହୋଇ ପଡ଼ିଛି ।

ଅକ୍ଟୋବର ୧୯୫୫ ମସିହାରେ ପ୍ରତିଷ୍ଠିତ ଏହି ବାରାଣସୀ ହାଇସ୍କୁଲ 5T ରେ ରୂପାନ୍ତରିତ ପାଇ ଏହି ବିଦ୍ୟାଳୟ କୁ ପ୍ରସ୍ତାବ ଗୃହୀତ ହୋଇଛି । ତଥାପି ପୂର୍ତ୍ତ ବିଭାଗ ର ନଜର ରେ ଏହି ବିଦ୍ୟାଳୟ ନଜର ଅନ୍ଦାଜ୍ ରେ ନାହିଁ । ଦୀର୍ଘ ୨ ବର୍ଷ ହେଲା ମୁଖ୍ୟ ଫାଟକ ନିର୍ମାଣ କାହିଁକି ସରୁନି ? ଏଥିପାଇଁ କିଏ ଦାୟୀ ହେବେ ? ଏହି ଫାଟକ ନିର୍ମାଣ ନ ହେବା ଫଳରେ ବହୁ ଅସାମାଜିକ କାର୍ଯ୍ୟ କଳାପ ହେଉଛି । ଏହି ହୋତା ମଧ୍ୟରେ ବି ଇ ଓ କାର୍ଯ୍ୟାଳୟ, ହଷ୍ଟେଲ ଆଦି ରହିଛି ।

ଅତି ନିକଟ ୨୬ କିମି ଦୂରରେ ଥିବା ପୂର୍ତ୍ତ ଡିଭିଜନ ର ନଜର କାହିଁକି ପଡୁନି ? ଜିଲ୍ଲାପାଳ, ଉପ ଜିଲ୍ଲାପାଳ ବହୁ ଉଚ୍ଚ ପଦାଧିକାରୀ ବାରମ୍ବାର କାଶୀନଗର ଗସ୍ତ କରୁଥିଲେ ସୁଦ୍ଧା ପୂର୍ତ୍ତ ବିଭାଗ କାହାକୁ ଡରୁ ନ ଥିବା ପରି ମନେ ହେଉଛି । ଏଣୁ କର୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି ।