ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କ ଅବସର

0
183
ମହାରାଜା ବାଳକ ଉଚ୍ଚ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୧/୦୨) : କାଶୀନଗର ବ୍ଲକ ର ପୂର୍ବତନ ବି ଇ ଓ ତଥା ପ୍ରତିଷ୍ଠିତ କବି ଶ୍ରୀ ବୃଷ କେତୁ ଦାସ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଭାବେ ଆଜି ଅବସର ନେଇଛନ୍ତି ।

ପ୍ରାପ୍ତ ସୂଚନା ଅନୁଯାୟୀ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଭାବେ ଶ୍ରୀ ବୃଷ କେତୁ ଦାସ ଆଜି ଅବସର ନେଇଛନ୍ତି । ସେ କାଶୀନଗର ବ୍ଲକ ରେ ବି ଇ ଓ ଥିବା ବେଳେ ସେ ଶିକ୍ଷକ ଙ୍କ ପ୍ରତ୍ୟେକ ସମସ୍ୟା କୁ ଅତି ନିକଟରୁ ବୁଝି ସମାଧାନ କରିଥିଲେ । ସେ ଜଣେ ପ୍ରତିଷ୍ଠିତ ଲେଖକ ଓ ସେ ମଧ୍ୟ 5T ଜରିଆରେ ମହାରାଜା ହାଇସ୍କୁଲ ର ଶ୍ରୀ ବୃଦ୍ଧି କରି ନିଜେ ହାଇସ୍କୁଲ ପରିସର କୁ ସଫା କରି ଉଦାହରଣ ସୃଷ୍ଟି କରିଛନ୍ତି । ତାଙ୍କ ପାଇଁ ଆଜି ମହାରାଜା ହାଇସ୍କୁଲରେ ଅବସର କାଳୀନ ସଭା ଅନୁଷ୍ଠିତ ହୋଇଯାଇଛି । ତାଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା ଦିଅ ଯାଇଛି ।