ରାୟଗଡା ଜିଲ୍ଲାପାଳଙ୍କ କୋଳନରା ବ୍ଲକ ଗସ୍ତ : ୪ଟି ବିଦ୍ୟାଳୟର ରୂପାନ୍ତରିଣ ନିମନ୍ତେ ଭିତ୍ତିଭୂମି ଅନୁଧ୍ୟାନ

0
227
ରାୟଗଡା ଜିଲ୍ଲାପାଳଙ୍କ କୋଳନରା

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡା, ତା.(୩୧/୦୧) : ରାୟଗଡା ଜିଲ୍ଲାପାଳଙ୍କ କୋଳନରା ବ୍ଲକ ଗସ୍ତ l ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର କୋଲନରl ବ୍ଳକ ଗସ୍ଥ କରି ଏହି ପରିଦର୍ଶନ ସମୟରେ ୪ଟି ବିଦ୍ୟାଳୟ ଗୁଡିକର ରୂପାନ୍ତରିଣ କାର୍ଯ୍ୟକୁ ଅନୁଧ୍ୟାନ କରିଥିଲେ l2cd1776a 2a84 470b b781 a06aa324eb5e ରାୟଗଡା ଜିଲ୍ଲାପାଳଙ୍କ କୋଳନରା ବ୍ଲକ ଗସ୍ତ : ୪ଟି ବିଦ୍ୟାଳୟର ରୂପାନ୍ତରିଣ ନିମନ୍ତେ ଭିତ୍ତିଭୂମି ଅନୁଧ୍ୟାନ

ସେହି ପରିପ୍ରେକ୍ଷୀରେ ଆଜି ରାୟଗଡା ଜିଲ୍ଲାପାଳଙ୍କ କୋଳନରା କୋଲନରା ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଜଗଦମ୍ବା ସରକାରୀ ଉଚ୍ଚ ବିଦ୍ୟାଳୟ, ଇମ୍ଫା ଥେରୁବାଲି ସରକାରୀ ଉଚ୍ଚବିଦ୍ୟଳୟ ଓ ପୂଜାରୀଗୁଡା ଉଚ୍ଚବିଦ୍ୟଳୟ କୁ ପରିଦର୍ଶନରେ ଯାଇ ସେଠାକାର ଭିତ୍ତିଭୂମି ଅନୁଧ୍ୟାନ କରିଥିଲେ l ବିଦ୍ୟାଳୟ ର ଭିତ୍ତିଭୂମି ଉନ୍ନତମାନର କରିବା ନିମନ୍ତେ ଵିଶେଷକରି ସ୍ମାର୍ଟ ଶ୍ରେଣୀଗୃହ, ବିଜ୍ଞାନଗାର, ପାଠାଗାର, ଖେଳପଡ଼ିଆ ଆଦି ବ୍ୟବସ୍ଥା କରାଯିବା ଉପରେ କାର୍ଯ୍ୟକ୍ରମକୁ ଅନୁଧ୍ୟାନ କରିଥିଲେ l ଏହି ଗସ୍ତବେଳେ ଜିଲ୍ଲାପାଳ ଆସନ୍ତା ମାର୍ଚ୍ଚ ୨୦ ତାରିଖ ସୁଦ୍ଧା ସମସ୍ତ ରୂପାନ୍ତରିଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ l923cd9bb 1f87 451c a027 a01e8a60fbd1 ରାୟଗଡା ଜିଲ୍ଲାପାଳଙ୍କ କୋଳନରା ବ୍ଲକ ଗସ୍ତ : ୪ଟି ବିଦ୍ୟାଳୟର ରୂପାନ୍ତରିଣ ନିମନ୍ତେ ଭିତ୍ତିଭୂମି ଅନୁଧ୍ୟାନ

ଏହି ଗସ୍ତବେଳେ ବିଦ୍ୟାଳୟ ଗୁଡିକର ପ୍ରଧାନ ଶିକ୍ଷକମାନେ , ଗ୍ରାମବାସୀ ଓ ପୁରାତନ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ l ଏହି ଗସ୍ତବେଳେ ପୂଜାରୀଗୁଡା ସରପଞ୍ଚ ଓ ବିଦ୍ୟାଳୟ ସଭାପତି ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ବିଭିନ୍ନ ସମସ୍ୟା ବିଷୟରେ ବିଶେଷ କରି ବିଦ୍ୟାଳୟ ଖେଳପଡ଼ିଆ ଓ ନାଗାବଳୀ ନଦୀ ଉପରେ ପୋଲ ନିର୍ମାଣ କରିବାକୁ ଅନୁରୋଧ କରିଥିଲେ l ଜିଲ୍ଲାପାଳ ପରିଦର୍ଶନ ବେଳେ ବିଡ଼ିଓ ତାପସ ଭୋଇ, ଅତିରକ୍ତ ବିଡ଼ିଓ ନୃସିଂହ ନାଥ ପଟନlୟକ, ସହକାରୀ ଯନ୍ତ୍ରୀ , କନିଷ୍ଠ ଯନ୍ତ୍ରୀ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ l