ଆଜି ଗୋଷାଣୀ ବ୍ଲକ ରେ ବିଜେଡ଼ି ର କାର୍ଯ୍ୟାଳୟ ଉଦ୍ଘାଟିତ

0
153
ଗୋଷାଣୀ ବ୍ଲକ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୨/୦୨) : ଆଜି ଗୋଷାଣୀ ବ୍ଲକ ର ଜୋନ୍ ନ ୭ ରେ ବିଜୁ ଜନତା ଦଳ ତା’ର କାର୍ଯ୍ୟାଳୟ ଖୋଲିଛି ।

ଆଜି ଗୋଷାଣୀ ବ୍ଲକ ର ଲବନ୍ୟଗଡ ପଞ୍ଚାୟତ ଠାରେ ଏହି କାର୍ଯ୍ୟାଳୟ ଖୋଲା ଯାଇଛି । ମୁଖ୍ୟ ଅତିଥି ଭାବେ ହାଇଟେକ୍ ଚେୟାରମେନ ଡ଼ା ତିରୁପତି ପାଣିଗ୍ରାହୀ ଫିତା କଟା ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଟ ବିଜୁ ଜନତା ଦଳ ର ନେତା ବସନ୍ତ ଦାସ, ଡ଼ା. ମରୁତ ପାଳ ଯୋଗ ଦେଇ ଉପସ୍ଥିତ କର୍ମୀ ଓ ନେତାଙ୍କୁ ଗୁରୁ ମନ୍ତ୍ର ଦେଇଥିଲେ ।

ଏହାପରେ ଡ଼ା ପାଣିଗ୍ରାହୀ ଗୁମ୍ମା ବ୍ଲକ ଗସ୍ତ କରିଥିବା ତାଙ୍କ ନିକଟତମ ସୂତ୍ରରୁ ପ୍ରକାଶ । ଶ୍ରୀ ପାଣିଗ୍ରାହୀ ଗଜପତି ଜିଲ୍ଲା ବିଜେଡି ର ମଙ୍ଗ ଧରିବା ପରେ ଚାରିଆଡ଼େ ତୁ ଫାନୀ ଗସ୍ତ କରି ବିଜେଡ଼ି ପାଇଁ ପ୍ରଚାର ଚଳାଇଛନ୍ତି ।