ବାଟାଗୁଡା ଠାରେ ପଂଚାୟତରାଜ ମନ୍ତ୍ରୀ ଙ୍କ ନିର୍ବାଚନ ପ୍ରଚାର

0
203
ବାଟାଗୁଡା ଠାରେ

ରିପୋର୍ଟ : ବିଭୁତି ଲହରିଆ //
ବାଲିଗୁଡା, (୦୩/୦୨) : ବାଲିଗୁଡା ବ୍ଲକ ବାଟାଗୁଡା ଠାରେ ପଂଚାୟତରାଜ, ନଗର ଉନ୍ନୟନ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି | ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ୧୬ ନମ୍ବର ଜିଲ୍ଲା ପରିଷଦ ଜୋନ ବାଟାଗୁଡାଠାରେ ବିଜେଡି ର ନିର୍ବାଚନ ସଭା ଅନୁଷ୍ଠିତ ହୋଇଛି l

ବାଟାଗୁଡା ଠାରେ ଏହି ନିର୍ବାଚନ ସଭା ରେ ପଂଚାୟତରାଜ, ଆଇନ, ପାନୀୟ ଜଳ ମନ୍ତ୍ରୀ ତଥା କନ୍ଧମାଳ ଜିଲ୍ଲା ପ୍ରଭାରୀ ପ୍ରତାପ ଜେନା ଯୋଗ ଦେଇ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ନେଇ କର୍ମୀ ଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣ, ବାଲିଗୁଡା ବିଧାୟକ ଚକ୍ରମଣୀ କହଁର, ବାଲିଗୁଡା ବ୍ଲକ ସଭାପତି ଟୁନା ଦାସ, ଜିଲ୍ଲା ସହ ପର୍ଯ୍ୟବେକ୍ଷକ କିଶୋର ମେହେର, ତୁମୁଡିବନ୍ଧ ବ୍ଲକ ସାଂସଦ ପ୍ରତିନିଧି ପ୍ରମୋଦ ସାହୁ, ପୂର୍ବତନ ବିଧାୟକ ରାଜୀବ ପାତ୍ର, ବରିଷ୍ଠ ନେତା କ୍ଳେଶ ପ୍ରଧାନ ସମେତ ବିଜେଡି ନେତୃ ମଣ୍ଡଳୀ ଉପସ୍ଥିତ ରହିଥିଲେ l

ବାଲିଗୁଡା ବ୍ଲକ ର ୧୬ ନମ୍ବର ଜିଲ୍ଲା ପରିଷଦ ଜୋନ ର ବିଜେଡି ପାର୍ଥି ଆଶିଷ ଦିଗାଲ ଙ୍କ ପାଇଁ ବାଟାଗୁଡା ଠାରେ ମନ୍ତ୍ରୀ ତଥା କନ୍ଧମାଳ ପ୍ରଭାରୀ ପ୍ରତାପ ଜେନା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ସ୍ୱଚ୍ଛ ଶାସକ, ଲୋକାଭିମୁଖୀ ଯୋଜନା ସମ୍ପର୍କ ରେ ଲୋକ ମାନଙ୍କୁ ଅବଗତ କରିଛନ୍ତି ଳ ବିଜେଡ଼ି ଜିଲ୍ଲା ପରିଷଦ ପ୍ରାଥୀ ଆଶିଷ ଦିଗାଲ ଙ୍କୁ ବିପୁଳ ଭୋଟ ରେ ଜିତେଇବା ପାଇଁ ମନ୍ତ୍ରୀ ପ୍ରତାପ ଜେନା ଭୋଟ ଭିକ୍ଷା କରିଛନ୍ତି |