ଟ୍ରକ ଦୁର୍ଘଟଣାରେ ମହିଳା ଶିକ୍ଷୟତ୍ରୀଙ୍କ ମୃତ

0
283
ଟ୍ରକ ଦୁର୍ଘଟଣାରେ

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡା, (୦୩/୦୨) : ଆଜି ଦିନ ୨ଟା ବେଳେ ରାୟଗଡ଼ା ସହର ରାମକୃଷ୍ଣ ନଗର ଛକ ମୂଖ୍ୟ ରାସ୍ତା ଉପରେ ଟ୍ରକ ଦୁର୍ଘଟଣାରେ ସ୍ୱାମୀ ଗୁରୁତର ଓ ମହିଳା ଶିକ୍ଷୟତ୍ରୀଙ୍କ ମୃତ୍ୟୁ ହୋଇଯାଇଛି ।

ସୂଚନା ମୁତାବକ AP31T H-6678 ମାଲବାହି ଟ୍ରକ୍ ଆନ୍ଧ୍ରା ଯାଉଥିବା ସମୟରେ ବିପରିତ ଦିଗ ରୁ OR 18 A 0665 ହିରୋହଣ୍ଡା ମୋଟର ସାଇକେଲ ଯୋଗେ ଲକ୍ଷ୍ମୀମଣି ସାହୁ (୪୮ବର୍ଷ) ସ୍ୱାମୀ ବଂଶୀଧର ପାଳ ବିଦ୍ୟାଳୟରୁ ଘର କୁ ଫେରୁଥିବା ସମୟରେ ରାମକୃଷ୍ଣ ନଗର ଛକ ନିକଟରେ ଟ୍ରକ ଦୁର୍ଘଟଣାରେ ଗାଡ଼ି ତଳେ ପଡି ଯାଇଥିଲେ । ଦୁର୍ଘଟଣା ରେ ମହିଳାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଘଟଣା ସ୍ଥଳରୁ ଲକ୍ଷ୍ମୀମଣି ସାହୁ ଏବଂ ତାଙ୍କ ସ୍ଵାମୀ ବଂଶୀଧର ପାଲଙ୍କୁ ସ୍ଥାନୀୟ ଲୋକ ଓ ପୋଲିସ୍ ଉଧାର କରି ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇକି ଯାଇଥିଲେ ।rg ଟ୍ରକ ଦୁର୍ଘଟଣାରେ ମହିଳା ଶିକ୍ଷୟତ୍ରୀଙ୍କ ମୃତ

କିନ୍ତୁ, ମୁଣ୍ଡରେ ବଡ଼ ଧରଣର ଆଘାତ ହୋଇଥିବା ହେତୁ ଡାକ୍ଟର ଲକ୍ଷ୍ମୀମଣି ସାହୁଙ୍କୁ ମୃତ- ଘୋଷଣା କରିଛନ୍ତି । ସ୍ବାମୀ ବଂଶୀଧର ପାଳଙ୍କୁ ଚିକିତ୍ସା କରାଯାଉଛି ବୋଲି ଡାକ୍ତର କହିଛନ୍ତି । ମୃତକ ମହିଳା ଜଣକ ହେଲେ ମାଣିକଝୁଲା ଗ୍ରାମର ସରକାରି ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ଲକ୍ଷ୍ମୀମଣି ସାହୁ ଓ ସ୍ବାମୀ ବଂଶୀଧର ପାଲ୍ ବଡ଼ ହଂସୋ ଗ୍ରାମର ପ୍ରଧାନ ଶିକ୍ଷକ ବୋଲି ଜଣା ପଡ଼ିଛି ।

ସଂକୀର୍ଣ୍ଣ ରାସ୍ତା ସାଙ୍ଗକୁ ବଡ଼ ବଡ଼ ମାଲ ବୋଝେଇ ଟ୍ରକ ଗୁଡାକ ଯାତାୟତ ହେଉଥିବା ସାଧାରଣ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି କହିଛନ୍ତି । ଗତ ଦିନ ମାନଙ୍କରେ ଏଠାରେ ଛୋଟ ବଡ଼ ଘଟଣା ହେଉଥିବା ସ୍ଥାନୀୟ ଲୋକମାନେ କହିଛନ୍ତି । କିନ୍ତୁ, ବଡ଼ ଧରଣର ଦୁର୍ଘଟଣା ଆଜି ହିଁ ଘଟିଛି ଅଘଟଣ ବୋଲି କହିଛନ୍ତି ।