ଲାଲ୍ ବାହିନୀ ର ଲାଲ ଆତଙ୍କ, ବାଲିଗୁଡା ଅଞ୍ଚଳରେ ଲାଗିଲା ମାଓ ପୋଷ୍ଟର

0
272

ରିପୋର୍ଟ : ବିଭୁତି ଲହରିଆ //
ବାଲିଗୁଡ଼ା,(୨୯/୧୧) : କିଛି ଦିନର ବ୍ୟବଧାନ ପରେ ବାଲିଗୁଡ଼ା ଥାନା ଅଂଚଳରେ ପୁଣି ଲାଲ୍ ବାହିନୀ ର ଆତଙ୍କ ସୃଷ୍ଟି ପାଇଁ ବିଭିନ୍ନ ସ୍ଥାନ ରେ ମାଓ ପୋଷ୍ଟର ମାରି ନିଜର ସ୍ଥିତି ଜାହିର ପାଇଁ ପ୍ରୟାସ କରିଛି | ବାଲିଗୁଡ଼ା ଥାନା ବାରଖମା, ରେବିଙ୍ଗିଆ, ବାଟାଗୁଡା ଓ ମିଡିଆପାଙ୍ଗା ଅଞ୍ଚଳ ରେ ପୁଣି ଲାଗିଲା ମାଓ ପୋଷ୍ଟର

ଲାଲ୍ ବାହିନୀ ର ପୋଷ୍ଟରରେ ଜନସାଧାରଣଙ୍କୁ ଜଙ୍ଗଲ କୁ ବନ୍ୟଜାତ ଦ୍ରବ୍ୟ ସଂଗ୍ରହ ପାଇଁ ବାରଣ କରିଥିବା ସହ ଏହି ସବୁ ଜଙ୍ଗଲ ର ବିଭିନ୍ନ ସ୍ଥାନରେ ବମ୍ ଖଞ୍ଜା ଯାଇଥିବା ପୋଷ୍ଟରରେ ଉଲ୍ଲେଖ ଅଛି । ଗଞ୍ଜେଇ କାଟିବାକୁ ଆସୁଥିବା ପୋଲିସ କର୍ମଚାରୀ ଓ ବନବିଭାଗ କର୍ମଚାରୀଙ୍କ ଉପରକୁ ସଂଘବଦ୍ଧ ଭାବେ ଆକ୍ରମଣ କରିବା ପାଇଁ ଆହ୍ୱାନ ଦେଇଛନ୍ତି । କୁମ୍ବିଙ୍ଗ୍ ନାମରେ ଆସି ମାଁ ଭଉଣୀ ମାନଙ୍କୁ ଅତ୍ୟାଚାର, ବଳାତ୍କାର ହେଉଥିବା କୁ ନେଇ ବିରୋଧ କରି ଲିପ ପ୍ଲେଟ ରେ ଲେଖିଛନ୍ତି ।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବର୍ଜନ କରିବା ସହ ସରକାରୀ ମଦ ଦୋକାନ ବନ୍ଦ ପାଇଁ ଆହ୍ୱାନ ଦେଇଛନ୍ତି । ଡିସେମ୍ବର ୨ ଠାରୁ ୮ ତାରିଖ ପର୍ୟ୍ୟନ୍ତ ମାଓ ସପ୍ତାହ ପାଳନ ପାଇଁ ଆହ୍ୱାନ ଦେଇଛନ୍ତି । କନ୍ଧମାଳ -କଳାହାଣ୍ଡି ସୀମାନ୍ତ ଲୁବେନଗଡ଼ ରେ ନିହତ କମ୍ରେଡ ନମିତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ବିଭିନ୍ନ ସ୍ଥାନରେ ମରାଯାଇଥିବା ପୋଷ୍ଟର ରେ ଉଲ୍ଲେଖ ରହିଛି |

କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଙ୍କ କୋରନା ମହାମାରୀ ରେ ବିଫଳ ହୋଇ ଥିବା ପୋଷ୍ଟର ରେ ଲେଖା ରହିଛି | ଶେଷରେ ସି ପି ଆଇ କେ କେ ବି ଏନ୍ ଡିଭିଜନ ଲେଖାଯାଇଛି | ବାଲିଗୁଡା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନ ରେ ମରାଯାଇ ଥିବା ପୋଷ୍ଟର ହଟାଯାଇଛି | ଏହା ପ୍ରକୃତ ମାଓବାଦୀଙ୍କ କାମ ନା ଆଉ କୌଣସି ଖଳବ୍ୟକ୍ତି ପୋଷ୍ଟର ମାରିଛନ୍ତି, ସେନେଇ ଅଧିକ ତଦନ୍ତ ଚଳାଇଥିବା ବାଲିଗୁଡା ଥାନା ଅଧିକାରୀ ଶାନ୍ତନୁ ପ୍ରଧାନ ସୂଚନା ଦେଇଛନ୍ତି |