ଜୋନ୍ ୧ ରେ ବିଜେଡ଼ି ର ପ୍ରଚାର ଜୋରଦାର

0
198
ଜୋନ୍ ୧ ରେ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୪/୦୨) : କାଶୀନଗର ବ୍ଲକ ରେ ଜିଲ୍ଲା ପରିଷଦ ର ୨ ଟି ଜୋନ୍ ରହିଛି । ଗଜପତି ଜିଲ୍ଲା ର କାଶୀନଗର ବ୍ଲକ ରେ ଥିବା ଜୋନ୍ ୧ ରେ ବିଜେଡ଼ି ର ପ୍ରଚାର ଜୋରଦାର ଜମିଛି ।

ଆଜି କାଶୀନଗର ବ୍ଲକ ବିଜେଡ଼ି ସଭାପତି ଙ୍କ ନେତୃତ୍ୱରେ ଜୋନ୍ ୧ ରେ ଖାନ୍ଦବା ଗ୍ରାମ ପଞ୍ଚାୟତ ର ସାରା, ବଡିଗମ୍, ପାଳସୀଙ୍ଗି ଇତ୍ୟାଦି ଅଞ୍ଚଳ ରେ ବିଜେଡ଼ି ଜିଲ୍ଲା ପରିଷଦ ପ୍ରାର୍ଥୀ ରକ୍କମ ରାଜଲକ୍ଷ୍ମୀ, ରକ୍କାମ ରାମ୍ ପ୍ରସାଦ, ପୂର୍ବତନ ସଭାପତି ରକକମ୍ ସତୀଶ, ରତ୍ନଲା ପାପା ରାଓ, ଋତୁପର୍ଣ୍ଣା ନାୟକ, ଖଣ୍ଡବା ସରପଞ୍ଚ ପ୍ରାର୍ଥୀ, ସମିତି ସଭ୍ୟ ପ୍ରାର୍ଥୀ, ପୂର୍ବତନ ସରପଞ୍ଚ ଜଗନ୍ନାଥ ଦୋରା ଓ ବହୁ ବିଜେଡ଼ି ନେତା ଓ କର୍ମୀ ଘର୍ ଘର ବୁଲି ନବୀନ ପଟନାୟକ ଙ୍କ ବିଭିନ୍ନ ଯୋଜନା ବିଷୟ ରେ ଲୋକ ଙ୍କୁ ବୁଝାଇ ଭୋଟ ଭିକ୍ଷା କରୁଛନ୍ତି । ଏହି ଜୋନ୍ ରେ ବୁଡୁରା, ଗୋରି ବନ୍ଧା, ଖଣ୍ଡବା, ଆଲଦା, ଶିଆଳି ଏଭଳି ୫ ଟି ଗ୍ରାମ ପଞ୍ଚାୟତ ରହିଛି ।