ଗୋଷାଣୀ ବ୍ଲକ ରେ ବିଜେଡ଼ି ର ଧୂଆଁ ଧାର ପ୍ରଚାର

0
297
ଗୋଷାଣୀ ବ୍ଲକ ରେ

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୦୪/୦୨) : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀ ର ଗୋଷାଣୀ ବ୍ଲକ ରେ ବିଜେଡ଼ି ର ପ୍ରଚାର ଜୋରଦାର ଆରମ୍ଭ ହୋଇଛି । ଆଜି ଗୋଶାଣୀ ବ୍ଲକ କରସଣ୍ଡା ଗ୍ରାମ ପଞ୍ଚାୟତ ଠାରେ ବିଜେଡ଼ି ଦଳର ପ୍ରଚାର କାର୍ଯ୍ୟକ୍ରମ ହୋଇଥିଲା |

ଗୋଷାଣୀ ବ୍ଲକ ରେ ଏହି ପ୍ରଚାର କାର୍ଯ୍ୟକ୍ରମ ରେ ମୁଖ୍ୟ ଆତିଥି ଭାବେ ଯୁବ ନେତା ଇଂ ରୂପେଶ ପାଣିଗ୍ରାହୀ, ବିଜେଡ଼ି ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପକୁମାର ନାୟକ, ଉପ ସଭାପତି ଶ୍ରୀ ଲକ୍ଷ୍ମୀକାନ୍ତ ପଟ୍ଟନାୟକ, ଜାମିନଦାର ପଟ୍ଟନାୟକ, ଯୁବ ନେତା ଦେବୀ ପ୍ରସାଦ ପଟ୍ଟନାୟକ, ଯୁବ ସଭାପତି ଏସ . ଲିଂଗରାଜୁ, ପ୍ରମୂଖ ଉପସ୍ଥିତ ହୋଇ ବିଜେଡ଼ି ସମର୍ଥିତ ଜିଲ୍ଲା ପରିଷଦ ଯୋନ-୬ ପ୍ରାଥି ଶାସନମ ବାଳାରଜୁଙ୍କ ପାଇଁ ପ୍ରଚାର ଓ ପ୍ରସାର କାର୍ଯ୍ୟକ୍ରମ ରେ ଯୋଗଦେଇ ଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ସୁଶାସନ ଓ ଯୋଜନା କୁ ନେଇ ଲକମାନଙ୍କ ପାଖକୁ ଯାଇ ଥିଲେ ।