ସୋଶିଆଲ ମିଡିଆ ପୋଷ୍ଟ ଉପରେ ଲାଗିବ ରୋକ

0
133
ସୋଶିଆଲ ମିଡିଆ

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ, (୦୭/୦୨) : ସୋଶିଆଲ ମିଡିଆ ରେ ପୋଷ୍ଟ ହେଉଥିବା ଆପତ୍ତିଜନକ ବିଷୟ ବସ୍ତୁ ଉପରେ ଲାଗିବ ରୋକ । ଅପପ୍ରଚାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କେନ୍ଦ୍ର ସରକାର କଡା ନିୟମ ଆଣିବା ସପକ୍ଷରେ ରହିଛନ୍ତି । ଏ ନେଇ ସଂସଦରେ ବିରୋଧୀଙ୍କ ସହମତ ଲୋଡାଯାଇଛି, ସହମତି ମିଳିଲେ ଆଇନକୁ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ରେଳ ତଥା ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଶ୍ରୀ ବୈଷ୍ଣବ କହିଛନ୍ତି, ସୋଶିଆଲ ମିଡିଆ କୁ ଅଧିକ ଉତ୍ତରଦାୟୀ କରିବାକୁ ସରକାର କଠୋର ଆଣିବା ସପକ୍ଷରେ ରହିଛନ୍ତି । ଯଦି ସଂସଦରେ ରାଜନୀତିକ ସହମତି ରହିବ, ତା’ହେଲେ ଆଇନ ଆସିବ । ସରକାର କେବେ ହେଲେ ବି ମହିଳାଙ୍କ ସମ୍ମାନରେ ବୁଝାମଣା କରିବେ ନାହିଁ । ନିକଟରେ ମୁସଲିମ ମହିଳାଙ୍କ ନିଲାମ ଡାକିବା ଭଳି କାମ ଚଳାଇଥିବା ‘ବୁଲ୍ଲି ବାଈ’ ଓ ‘ସୁଲ୍ଲି ଡିଲ୍ସ’ ବିରୋଧରେ ସରକାର ଖବର ମିଳିବା ମାତ୍ରେ କଠୋର କାର୍ଯ୍ୟାନୁଷ୍ଠାନ ନେଇଥିବା ସେ ସୂଚନା ଦେଇଛନ୍ତି ।

ବୈଷ୍ଣବ ଆହୁରୀ କହିଛନ୍ତି, ଧର୍ମ ନିର୍ବିଶେଷରେ ସମସ୍ତ ମହିଳାଙ୍କ ଆତ୍ମସମ୍ମାନ ର ସୁରକ୍ଷା ସରକାରଙ୍କ ମୂଳ ଲକ୍ଷ୍ୟ । ଆମେ ଯେତେବେଳେ ବି ସୋଶିଆଲ ମିଡିଆକୁ ରେଗୁଲେଟ କରିବାକୁ ପ୍ରୟାସ କରୁଛୁ ସେତେବେଳେ ବିରୋଧୀ ଆମେ ବାକ୍ ସ୍ୱାଧୀନତା ଉପରେ ହମଲା କରୁଛୁ ବୋଲି କହୁଛନ୍ତି । ହେଲେ ଆଦୌ ଠିକ୍ ନୁହେଁ । ଆମେ ସବୁଥିରେ ସମତୁଲ ନୀତି ଆପଣାଇବାକୁ ଚାହୁଁଛୁ ବୋଲି ସେ କହିଛନ୍ତି ।

କଂଗ୍ରେସ ସାଂସଦ ଆନନ୍ଦ ଶର୍ମା ସୋଶାଲ ମିଡିଆରେ ଆସୁଥିବା ଆପତ୍ତିଜନକ ମେସେଜ ବିରୋଧରେ କ’ଣ ସବୁ ପଦକ୍ଷେପ ନିଆଯାଇଛି ବୋଲି ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ବୈଷ୍ଣବ କହିଛନ୍ତି, ସୋଶିଆଲ ମିଡିଆକୁ ଉତ୍ତରଦାୟୀ କରିବା ପାଇଁ ଅନେକ ପ୍ରକାର ର ପଦକ୍ଷେପ ପୂର୍ବରୁ ନିଆଯାଇଥିଲା । ବର୍ତ୍ତମାନ ସରକାର ସାମ୍ବିଧାନିକ ନୀତିନିୟମ ମଧ୍ୟରେ କାମ କରୁଛନ୍ତି ।

ଯଦି ଗୃହ ର ସଦସ୍ୟମାନେ ଚାହିଁବେ, ତା’ହେଲେ ଆମେ ସୋଶିଆଲ ମିଡିଆ ପାଇଁ ଆହୁରି କଠୋର ଆଇନ ଆଣିବୁ । ଆମକୁ ଉତ୍ତରଦାୟୀ ଗ୍ରହଣ କରୁଥିବା ସୋଶାଲ ମିଡିଆ ତିଆରି କରିବାକୁ ହେବ । ଏଥିପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ । ବିଭିନ୍ନ ରାଜ୍ୟ ର ତଦନ୍ତକାରୀ ସଂସ୍ଥା କେନ୍ଦ୍ର ର ସୂଚନା ଆଧାରରେ ପଦକ୍ଷେପ ଗ୍ରହଣ କରୁଛନ୍ତି ।