କ୍ରିକେଟର ସୁରେଶ ରାଇନାଙ୍କ ବାପାଙ୍କ ଦେହାନ୍ତ

0
146
କ୍ରିକେଟର ସୁରେଶ ରାଇନାଙ୍କ

ରିପୋର୍ଟ : ସୁଭାସିସ ନାୟକ
ମୁମ୍ବାଇ, (୦୭/୦୨) : କ୍ରିକେଟର ସୁରେଶ ରାଇନାଙ୍କ ବାପାଙ୍କ ଦେହାନ୍ତ l ଗତ କିଛି ଦିନ ଧରି ରାଇନାଙ୍କ ବାପା ତ୍ରିଲୋକଚନ୍ଦ ରାଇନା କର୍କଟ ରୋଗରେ ଆକ୍ରାନ୍ତ ଥିଲେ । ଏ ନେଇ ତାଙ୍କର ଚିକିତ୍ସା ମଧ୍ୟ କରାଯାଉଥିଲା ।

କିନ୍ତୁ ଆଜି ମଧ୍ୟାହ୍ନରେ ସେ କର୍କଟ ରୋଗ ସହ ଲଢ଼ୁଥିବା ଲଢ଼େଇ ହାରିଯାଇଛନ୍ତି । ତ୍ରିଲୋକଚନ୍ଦ ରାଇନା ଜଣେ ପୂର୍ବତନ ସେନା ଅଧିକାରୀ ଥିବା ବେଳେ ଗାଜିଆବାଦସ୍ଥିତ ଘରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି । ଉଲ୍ଲେଖଯୋଗ୍ୟ, କ୍ରିକେଟର ସୁରେଶ ରାଇନାଙ୍କ ବାପାଙ୍କ ପୈତୃକ ଗ୍ରାମ ହେଉଛି ଜମ୍ମୁ କଶ୍ମୀରରେ ଥିବା ‘ରାଇନାୱାରୀ’ ରେ । ୧୯୯୦ ଦଶକରେ କଶ୍ମୀର ପଣ୍ଡିତଙ୍କ ହତ୍ୟା ପରେ ତାଙ୍କ ବାପା ଗାଁ ଛାଡିଥିଲେ । ସେଠାରୁ ଆସି ପୂରା ପରିବାର ମୁରାଦନଗର ସହରରେ ବସବାସ କରିବା ଆରମ୍ଭ କଲେ ।

ସେ ସମୟରେ ତାଙ୍କ ବାପାଙ୍କର ୧୦, ୦୦୦ ଟଙ୍କା ଦରମା ଥିଲା ଏବଂ ସେ ସୁରେଶଙ୍କ ପାଇଁ ଦରକାର ହେଉଥିବା କ୍ରିକେଟ୍ କୋଚିଂ ଫି ଦେଇପାରି ନ ଥିଲେ । ଏଥିପାଇଁ ରାଇନାଙ୍କୁ ୧୯୯୮ ରେ ଲକ୍ଷ୍ନୌର ଗୁରୁ ଗୋବିନ୍ଦ ସିଂ କ୍ରୀଡା ମହାବିଦ୍ୟାଳୟରେ ଭର୍ତ୍ତି କରାଯାଇଥିଲା ।