ପାଡୁଆ ରୁ କୋରାପୁଟ ଗଞ୍ଜେଇ ଚୋରାଚାଲାଣ ବେଳେ ୫ ଜଣ ଗିରଫ

0
221
ପାଡୁଆ ରୁ କୋରାପୁଟ

ରିପୋର୍ଟ : ଶିବ ବିଶୋଇ
କୋରାପୁଟ, ତାରିଖ (୦୭/୦୨) : ପାଡୁଆ ରୁ କୋରାପୁଟ ଗଞ୍ଜେଇ ଚୋରାଚାଲାଣ ବେଳେ ୫ ଜଣକୁ ମାଡ଼ିବସିଲା ପୋଲିସ । ସେଥିରୁ ୪ ଜଣ କଲେଜ ଛାତ୍ର ଥିବା ଜଣା ପଡ଼ିଛି ।

ଲମତାପୁଟ ଠାରେ ପୋଲିସ ୨୪ ଘଣ୍ଟିଆ ନାକାବନ୍ଦୀ କରି ଗାଡି ଯାଞ୍ଚ କରୁଥିବା ସମୟରେ ପାଡୁଆ ରୁ କୋରାପୁଟ ୩ଟି ମଟର ସାଇକେଲ ଦୃତ ଗତିରେ ଚକମା ଦେଇ ଚାଲିଯାଉଥିବା ସମୟରେ ପୋଲିସ ଅଟକାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ୩ଟି ଯାକ ମଟର ସାଇକେଲ ଅଟକି ନଥିଲା । ଦୃତ ଗତି ଚାଲିଯାଉଥିବା ଦେଖି ପୋଲିସ ପିଛା କରି କାଡାମ୍ ଗ୍ରାମ ଛକ ନିକଟ ରେ ୩ଟି ଗାଡ଼ିକୁ ଅଟକାଇବାରେ ସଫଳ ହୋଇଥିଲା । ୩ଟି ମଟରସାଇକେଲ ରେ ଥିବା ୩ ବସ୍ତା ଗଞ୍ଜେଇ ଯବତ୍ କରିବା ସହ ୫ ଜଣକୁ ଗିରଫ କରିଛି ଲମତାପୁଟ ପୋଲିସ । ୩ଟି ବସ୍ତା ରେ ୭୫ କେଜି ଗଞ୍ଜେଇ ଥିବାବେଳେ ଏହି ଗଞ୍ଜେଇ ର ମୂଲ୍ୟ ପ୍ରାୟ ୭ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି ।

ଗିରଫ ଯୁବକ ମାନେ ପାଡୁଆ ଗ୍ରାମ ର ବାବୁଲା ବାଟଗରିଆ ଏବଂ ୪ ଜଣ କଲେଜ ଛାତ୍ର ରାଜୀବ ଖିଲ ସିମିଳିଗୁଡା, ପ୍ରମୋଦ ମଙ୍ଗରାଜ, ରବି କିଶୋର ପଟ୍ଟନାୟକ ଏବଂ ମୋତି ରାମ ଗଣ୍ଡା କୋରାପୁଟ ର ବୋଲି ଜଣା ପଡିଛି । କଲେଜ ଛାତ୍ର କିଛି ଟଙ୍କା ପାଇଁ ବେଆଇନ ମଟର ସାଇକେଲ ରେ ଗଞ୍ଜେଇ ଚୋରା ଚାଲଣ କରିଥିବା ନେଇ ପୋଲିସ ପାଇଁ ବଡ ଚିନ୍ତା ର ବିଷୟ ପାଲଟିଥିବା କହିଛନ୍ତି ।