ଗୋଷାଣୀ ବ୍ଲକରେ ବିଜେଡ଼ି ର ଜୋରଦାର ପ୍ରଚାର : ନବୀନଙ୍କ ହାତ ମୁଠାକୁ ଟାଣ କର

0
163
ଗୋଷାଣୀ ବ୍ଲକରେ

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୦୮/୦୨) : ଆଜି ଗଜପତି ଜିଲ୍ଲା ଗୋଷାଣୀ ବ୍ଲକରେ ବିଜୁ ଜନତା ଦଳ ର ଜୋରଦାର ପ୍ରଚାର ଜମିଛି ।

ଆଜି ଗୋଷାଣୀ ବ୍ଲକରେ ଜୋନ୍ ୭ ବୁସି କୁଡି ଗ୍ରାମରେ ଜିଲ୍ଲା ପରିଷଦ ପ୍ରାର୍ଥୀ ଲୀଳାବତୀ ପରିଗା ଙ୍କ ସପକ୍ଷରେ ହାଇଟେକ୍ ହସ୍ପିଟାଲ୍ ର ଚେୟରମେନ ଶ୍ରୀ ତିରୁପତି ପାଣିଗ୍ରାହୀ, ଜିଲ୍ଲା ବିଜୁ ଜନତା ଦଳ ସଭାପତି ଶ୍ରୀ ପ୍ରଦୀପ ନାୟକ, ପ୍ରଫେସର୍ ମରୁତ ପାଳ ବହୁ ନେତା ବୁସୁକୁଡ଼ି ଗ୍ରାମ ପଞ୍ଚାୟତରେ ମାରାଥନ ପ୍ରଚାର କରି ବିଜୁ ଜନତା ଦଳ ର ପ୍ରାର୍ଥୀଙ୍କୁ ଭୋଟ ଦେବାକୁ କହି ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି । ନବୀନ ବାବୁଙ୍କ ହାତ ମୁଠାକୁ ଟାଣ କରି ବ୍ଲକରେ ଜିଲ୍ଲା ପରିଷଦରେ ଯେଭଳି ବିଜୁ ଜନତା ଦଳ ର ପ୍ରାର୍ଥୀ ଆସିବେ ସମସ୍ତେ ସଂଘଟିତ ଭାବେ କମ୍ କରିବାକୁ ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।