ଗଜପତିରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପିର ଗଡ଼ ଭାଙ୍ଗୁଛି

0
221
ଗଜପତିରେ

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୦୮/୦୨) : ଗଜପତିରେ ବି ଜେ ପି ର ଗଡ଼ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭାଙ୍ଗୁଛି ଓ ବିଜେଡ଼ି କାୟା ବିସ୍ତାର କରି ଚାଲିଛି ।

ଆଜି ଗଜପତିରେ ବି ଜେ ପି ର ପୂର୍ବତନ ସଭାପତି ଜି ରବାନାଙ୍କ ସହ କିଛି ମଣ୍ଡଳ ସଭାପତି ମଧ୍ୟ ବି ଜେ ଡ଼ି ରେ ସାମିଲ ହେବା ସହ ନବୀନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିବା ସେମାନେ କହିଛନ୍ତି । ଆଜି ର ମିଶ୍ରଣ ପର୍ବରେ ଓଡ଼ିଶା ବି ଜେ ଡ଼ି ର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ, ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ଉପସ୍ଥିତି ରେ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଛି ବୋଲି ଶ୍ରୀ ନାୟକ ସୂଚନା ଦେଇଛନ୍ତି । ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବହୁ ତୁଙ୍ଗ ନେତା ବି ଜେ ଡ଼ି ମୁଂହା ହେଉଥିବାରୁ ବି ଜେ ଡ଼ି ର ପଲା ଭାରି ହେଉଥିବା ରାଜନୈତିକ ବିଶ୍ଳେଶକ ମାନେ କହୁଛନ୍ତି ।