ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ କ୍ବାଟର ଫାଇନାଲରେ ରାଉଲକେଲାକୁ ହରାଇ ବରଗଡ଼ ବିଜୟୀ

0
222
ରାଜ୍ୟ ସ୍ତରୀୟ ଫୁଟବଲ

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ, (୦୮/୦୨) : ବୌଦ୍ଧ ଜିଲ୍ଲା ତାଳଶରଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସଂଗ୍ରାମପୁର ଉଚ୍ଚ ବିଦ୍ୟାଳୟ ର ଖେଳ ପଡ଼ିଆରେ ଆଜି ବିଜୟା ୟୁଥ କ୍ଲବ ଜରିଆରେ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ବରଗଡ଼ ଓ ରାଉରକେଲା ମଧ୍ୟରେ କ୍ବାଟର ଫାଇନାଲ ଖେଳ ହୋଇଥିଲା ।

ଏହି ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ କ୍ବାଟର ଫାଇନାଲ ଖେଳରେ ବରଗଡ଼ ଦଳ ୨-୦ ଗୋଳରେ ରାଉଲକେଲା ପରାଜୟ କରିଥିଲେ । ସୁବ୍ରତ ପୁରୋହିତ ପରିଚାଳନା କରିଥିବା ବେଳେ ଲାଇନରେ ସହଯୋଗ କରିଥିଲେ ଦିଲ୍ଲୀପ ରାଉତ, ଶେଷଦେବ ବେହେରା, ସଲୀଳ ବେହେରା । ମୁଖ୍ୟ ଅତିଥି ଭାବେ ଉର୍ମିଳା ଝାଙ୍କର ଓ଼ ସମ୍ମାନିତ ଅତିଥି ଭାବେ ଯୋଗ କବିତା ପଟନୟାକ ଯୋଗ ଦେଇଥିଲେ । ଧାରାବିବାରଣୀ ପ୍ରଦାନ କରିଥିଲେ କ୍ରୀଡା ଶିକ୍ଷକ ନୟନ ମହାନ୍ତି ଓ ଚମତମୟ ଭୋକ୍ତା । ଖେଳରେ ତାପସମୟ ଭୋକ୍ତା, ସତ୍ୟଜିତ ବେହେରା, ଶୁଭେନ୍ଦୁ, ଜିତେନ୍ଦ୍ର, କାହ୍ନା ଓ ବିଜୟା ୟୁଥ କ୍ଲବ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ |