ଡାହାଣୀ ସନ୍ଦେହରେ ଵିଵାହ ର ୧୫ ଦିନ ପରେ ବିବାହିତା ଯୁବତୀଙ୍କୁ ବାପା ଘରେ ଛାଡିଦେଲେ

0
125
ଡାହାଣୀ ସନ୍ଦେହରେ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୦୯/୦୨) : ବିବାହ ର ମାତ୍ର ୧୫ ଦିନ ପରେ ବିବାହିତା ଯୁବତୀଙ୍କୁ ଡାହାଣୀ ସନ୍ଦେହରେ ଶଶୁର ଘର ଲୋକେ ଘରୁ ନେଇ ତାଙ୍କ ମାଆ ଘରେ ଛାଡ଼ିଦେଇଥିଲେ ।WhatsApp Image 2022 02 09 at 8.23.36 AM ଡାହାଣୀ ସନ୍ଦେହରେ ଵିଵାହ ର ୧୫ ଦିନ ପରେ ବିବାହିତା ଯୁବତୀଙ୍କୁ ବାପା ଘରେ ଛାଡିଦେଲେ

ଡାହାଣୀ ସନ୍ଦେହରେ ଉକ୍ତ ବିବାହିତା ଯୁବତୀ ଙ୍କୁ ତାଙ୍କ ପରିବାର ଲୋକେ ବିଭିନ୍ନ ଦେବା ଦେବୀ ଙ୍କ ପୀଠ ନେଇ ପୂଜାର୍ଚ୍ଚନା କରିବା ସହ ଅନେକ ଗୁଣିଆ ଓ ତାନ୍ତ୍ରିକ ଙ୍କ ଦ୍ୱାରସ୍ଥ ହୋଇଥିଲେ । ହେଲେ କିଛି ସୁଫଳ ମିଳି ନ ଥିବା ବେଳେ ତଥା ଗୁଣିଆ ସହ ପୂଜା ପାଠ ପାଇଁ ନିଜ ଘର ଜମି ବିକ୍ରି କରି ସର୍ବସ୍ୱାନ୍ତ ହୋଇ ଯାଇ ଶେଷ ରେ ପୋଲିସ ଥାନା ର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି ।

ଏପରି ଏକ ଘଟଣା ଘଟିଛି ଟିଟିଲାଗଡ଼ ଥାନା ଅନ୍ତର୍ଗତ ସିରୁଲ ଗ୍ରାମରେ । ସୂଚନା ଅନୁଯାୟୀ, ଗତ ତା୧୩/୦୩/୨୦୧୮ ରିଖ ରେ ଟିଟିଲାଗଡ଼ ଥାନା ଅନ୍ତର୍ଗତ ମାଲିଝର ଗ୍ରାମ ନିଵାସୀ କୌରବ ମାଝୀ ତାଙ୍କ ଝିଅ ପୂର୍ଣ୍ଣିମା ମାଝୀ ଙ୍କୁ ନିକଟସ୍ଥ ସିରୁଲ ଗ୍ରାମ ର ଭୁବନ ମାଝୀ ଙ୍କ ପୁଅ ପୁରୁଷୋତ୍ତମ ମାଝୀ ଙ୍କ ସହ ବୈଦିକ ରୀତିରେ ବିବାହ କରିଥିଲେ । ଵିଵାହ ବେଳେ ପରମ୍ପରା ଅନୁଯାୟୀ ଏକ ବାଇକ ତଥା ଅନ୍ୟ ଯୌତୁକ ସାମଗ୍ରୀ, ସୁନା ଗହଣା ମାନ କନ୍ୟା ପକ୍ଷରୁ ପ୍ରଦାନ କରାଯାଇଥିଲା ।

ହେଲେ ମାତ୍ର ଵିଵାହ ର ପନ୍ଦର ଦିନ ପରେ ଉକ୍ତ ବିବାହିତା ପୂର୍ଣ୍ଣିମା ଙ୍କ ଚାଲି ଚଳନ ଠିକ ନ ଥିବା ଓ ଅସ୍ୱାଭାବିକ ବ୍ୟବହାର ଦେଖି ତାଙ୍କୁ ତାଙ୍କ ମାଆ ଘର ଜାମ ପଡ଼ା କୁ ନେଇ ଛାଡି ଦେଇ ତାଙ୍କ ଦେହରୁ ଡାହାଣୀ ଗଲା ପରେ ଫେରସ୍ତ ନେବେ ବୋଲି ଛାଡି ଦେଇ ଚାଲିଯାଇଥିଲେ । ଏପରି କି ତାଙ୍କ ଦେହରୁ ଡାହାଣୀ ଚାଲିଯିବା ପାଇଁ ସବୁ ପ୍ରକାର ତାନ୍ତ୍ରିକ ଉପାୟ କରି ଓ ଟଙ୍କା ଅଭାବରୁ ନିଜ ଜମି ମଧ୍ୟ ବିକ୍ରି କରି ଦେଇଛନ୍ତି ।

ଏମିତି କି ପ୍ରାୟ ୨୦୧୮ ମସିହାରୁ ଏ ପର୍ଯ୍ୟନ୍ତ କିଛି ସୁଫଳ ନ ମିଳିବା ଯୋଗୁଁ ନିରାଶ ହୋଇ ତଥା ଗ୍ରାମରେ ସଭା ଅନୁଷ୍ଠିତ କରି କିଛି ନିଷ୍କର୍ଷ ନ ବାହାରିବା ଯୋଗୁଁ ଟିଟିଲାଗଡ଼ ଥାନା ର ଦ୍ୱାରସ୍ଥ ହୋଇଛନ୍ତି । ଏ ନେଇ ବିଗତ ଦିନରେ ଟିଟିଲାଗଡ଼ ଥାନା ମହିଳା ଓ ଶିଶୁ ଡେସ୍କ ଅଧିକାରୀ ଙ୍କ ହସ୍ତକ୍ଷେପ ପରେ ଉକ୍ତ ପୂର୍ଣ୍ଣିମା ର ଶ୍ୱଶୁର ଘର ଲୋକେ ଅଭିଯୋଗ ଅନୁଯାୟୀ ଗ୍ରାମ ସଭା ରେ ସମସ୍ତ ଯୌତୁକ ସାମଗ୍ରୀ ଫେରାଇବା ଓ ଭରଣ ପୋଷଣ ପାଇଁ ମାସିକ ଟଙ୍କା ଦେବାକୁ ରାଜି ହୋଇଥିବା ଜଣାପଡିଛି ।

ଅନ୍ଧବିଶ୍ୱାସ ର ବଶବର୍ତ୍ତୀ ହୋଇ ଉକ୍ତ ପୂର୍ଣମି ର ଅସ୍ୱାଭାବିକ ବ୍ୟବହାର କରିବା ବର୍ତ୍ତମାନ ସୁଦ୍ଧା ଦେଖାଯାଉଛି । ଏପରି କି ତାଙ୍କ ମାନସିକ ସ୍ଥିତି ଦିନକୁ ଦିନ ଅଧିକ ଖରାପ ହୋଇଆସୁଥିବା ଓ ତାଙ୍କୁ ମାନସିକ ବିଭାଗ ବିଶେଷଜ୍ଞ ଡାକ୍ତର ଙ୍କ ଚିକିତ୍ସା ଆବଶ୍ୟକ ଥିବା ବେଳେ ଡାହାଣୀ ସନ୍ଦେହ ରେ ଏପରି ଦୁର୍ଦ୍ଦଶା ର ଶିକାର ହେବା କେତେ ଯୁକ୍ତି ଯୁକ୍ତ ତାହା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ପ୍ରକାଶ ଯେ, ଜିଲ୍ଲା ଜନସେବା ସି ବି ଓ ତରଫରୁ ତାଙ୍କୁ ଡାକ୍ତରୀ ଚିକିତ୍ସା ଯୋଗାଇ ଦେବା ଜନସେବା ତରଫରୁ କୁହାଯାଇଛି । ଉକ୍ତ ଯୁବତୀ ନ ଶୋଇବା, ଅସ୍ୱାଭାବିକ ବ୍ୟବହାର ଏକ ମାନସିକ ରୋଗ ର ଲକ୍ଷଣ ଏବଂ ସଚେତନତା ଅଭାବ ଯୋଗୁଁ ଏଭଳି ଘଟଣା ଘଟୁଛି । ଏଥି ନିମନ୍ତେ ବ୍ୟାପକ ସଚେତନତା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି ।