କରୋନା ଟୀକା ପାଇଁ ଆଧାର କାର୍ଡ ର ଲମ୍ବା ଲାଇନ : ଅବ୍ୟବସ୍ଥା ନେଇ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

0
229

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର,ତା(୨୬/୦୭) : କରୋନା ଟୀକା ପାଇଁ ଲୋକେ ହନ୍ତସନ୍ତ ହେଉଥିବା ବେଳେ ଏହି ଟୀକା ନେବାକୁ ଯାଇ ଟୀକା ଅଭାବ ରହିବା ସହ ମୋବାଇଲ ରେ ଭେକ୍ସିନ ପାଇଁ ଅନଲାଇନ କରି ନ ଥିବା ଲୋକ ଙ୍କୁ ନୂତନ ଭାବେ ମୋବାଇଲ ପଞ୍ଜିକରଣ କରାଯିବା ଓ ସମୟ ସେଶ ହେଇଗଲେ ପୁନଃ ଆସିବାକୁ କହୁଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି ।

ଉପଯୁକ୍ତ ପ୍ରଶାସନିକ ସୁ ବ୍ୟବସ୍ଥା ନ ଥିବା ଓ କର୍ତ୍ତୃପକ୍ଷ କର୍ମଚାରୀ ଅଭାବ ବୋଲି କହୁଥିବା ରୁ ଅସମ୍ଭାଳ ଜନସମାଗମ ଘଟୁଛି । କରୋନା ମହାମାରୀକୁ ଦୃଷ୍ଟି ଆଗରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଗଣାରେ କରୋନା ଟୀକା ଟୀକାକରଣ କରାଯାଉଛି ।

ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ କୋଭିଡ଼ ଟୀକା ନେବା ପାଇଁ ଲୋକଙ୍କ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହେଉଛି । ବ୍ଳକର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟୀକା ଦିଆଯାଉଥିବା ବେଳେ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଲୋକେ ଟୀକା ନେବା ପାଇଁ ଖରାରେ ଧାଡି ବାନ୍ଧିବା ସହ ମୋବାଇଲ ଯୋଗେ ପଞ୍ଜିକରଣ କରି ନ ଥିବା ଲୋକେ ତାଙ୍କ ଆଧାର କାର୍ଡ ମାଧ୍ୟମରେ ଲମ୍ବା ଲାଇନ କରି ଜଗିରହୁଛନ୍ତି ।

ଏ ନେଇ ଜିଲ୍ଲା ପ୍ରଶାସନ ତରଫରୁ ତୁରନ୍ତ ଉପଯୁକ୍ତ ପଦକ୍ଷେପ ନେବାକୁ ଦୃଢ଼ ଦାବୀ ହେଉଛି ।