ଟ୍ରେନ ରେ ପେଣ୍ଟରିକାର ଵାଲା ଙ୍କ ବେଆଇନ ରନ୍ଧା ଖାଦ୍ୟ : ରେଳ ବିଭାଗର ଦୃଷ୍ଟି ଦେବାକୁ ଦାବୀ

0
285

ରିପୋର୍ଟ : ସୁନୀଲ ଆଚାର୍ଯ୍ୟ
ବଲାଙ୍ଗୀର,ଟିଟିଲାଗଡ,ତା(୨୬/୦୭) : ସାରା ଭାରତ କୁ ସଂଯୋଗ କରୁଥିବା ଟିଟିଲାଗଡ ରେଳ ଜଂକ୍ସନ ଅନ୍ୟତମ ବୃହତ ରେଳ ଜଂକ୍ସନ ହୋଇଥିବା ବେଳେ ଏହି ଟିଟିଲାଗଡ ଦେଇ ବହୁ ସଂଖ୍ୟକ ଟ୍ରେନ ଯାତାୟାତ କରିଥାଏ ।

କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ବର୍ତ୍ତମାନର କୋଭିଡ-୧୯ ନିୟମ ଅନୁଯାୟୀ,ସମସ୍ତ ଟ୍ରେନ ରେ ରହୁଥିବା ପେଣ୍ଟରି କାର ବା ଖାଦ୍ୟ ରନ୍ଧନ ବଗି ରେ ରନ୍ଧନ ସମ୍ପୂର୍ଣ୍ଣ ବନ୍ଦ ରହିଛି ।

କେବଳ ଶୁଖିଲା ଖାଦ୍ୟ ସାମଗ୍ରୀ ବିକ୍ରି ନିୟମ ପ୍ରଣୟନ କରାଯାଇଥିବା ବେଳେ ଟିଟିଲାଗଡ ରେଳ ଷ୍ଟେସନରେ ରେଳ ଅନେକ ସମୟ ଧରି ରହିବା ଓ ବିଭିନ୍ନ ସ୍ଥାନ କୁ ଯିବା ପାଇଁ ଇଞ୍ଜିନ ବଦଳେଇବା ସମୟ ରେ ଏହି ପେଣ୍ଟରି କାର ରେ ଅତ୍ୟନ୍ତ ନିମ୍ନ ମାନର ଖାଦ୍ୟ ସାମଗ୍ରୀର ରନ୍ଧନ କରାଯାଇ ମନଇଚ୍ଛା ବର୍ଦ୍ଧିତ ଦରରେ ଯାତ୍ରୀ ଙ୍କୁ ଖାଦ୍ୟ ସାମଗ୍ରୀ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି ।

ଏପରି କି ଟିଟିଲାଗଡ ସହର ର କେତେକ ହୋଟେଲ ରେ ଜଳଖିଆ ତଥା ସମସ୍ତ ପ୍ରକାର ରନ୍ଧା ଖାଦ୍ୟ ସାମଗ୍ରୀ ଯାହା ଅତ୍ୟନ୍ତ ନିମ୍ନ ମାନର ଖୋଲା, ଖୋଲି କିଛି ହୋଟେଲ ବ୍ୟବସାୟୀ ଙ୍କ ସହ ମିଶି ଏହି ଷ୍ଟେସନ ର କିଛି ଅଧିକାରୀ ଙ୍କ ଜରୀଆରେ କମ ମୂଲ୍ୟରେ ଉକ୍ତ ପେଣ୍ଟରି କାର କର୍ମଚାରୀ ଙ୍କୁ ବିକ୍ରି  କରାଯାଉଛି ।

ଉକ୍ତ ରନ୍ଧା ଖାଦ୍ୟ ସାମଗ୍ରୀ ଉଚ୍ଚ ମୂଲ୍ୟରେ ବିକ୍ରି କରିବା ସହ ଫେରିବାଲା ଅନାୟାସରେ ଟ୍ରେନ ରେ ଚଢି ରନ୍ଧା ସାମଗ୍ରୀ ସହ ଗୁଟକା, ତମ୍ବାଖୁ ମନ୍ଧ୍ୟ ବିକ୍ରି କରିବା ଅଭିଯୋଗ ହେଉଛି ।

ରେଳ ବିଭାଗ ପୋଲିସ କର୍ମଚାରୀ ଉକ୍ତ ଫେରିବାଲା ଙ୍କ ସହ ସଲସୁତୁରା ନୀତି କରି ପ୍ରୋତ୍ସାହନ ଦେଇଅସୁଥିବା ଅଭିଯୋଗ ହୋଇଛି । ଏ ନେଇ ବିଭାଗୀୟ ମୁଖ୍ୟ ଅଧିକାରୀ ତୁରନ୍ତ ଦୃଷ୍ଟି ଦେବାକୁ ଜନସେବା ସଙ୍ଘ ତରଫରୁ ଦୃଢ଼ ଦାବୀ କରାଯାଇଛି ।