କୁନି ପୁଅ ରାଜବୀର ର ଚିକିତ୍ସା ପାଇଁ କଲେଜ ଛାତ୍ରଙ୍କ ମିଶନ

0
122
କୁନି ପୁଅ ରାଜବୀର

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୧୪/୦୨) : ଫୁଲବାଣୀ ର କୁନି ପୁଅ ରାଜବୀର ର ଚିକିତ୍ସା ପାଇଁ ଆଜି ରାଜବୀର ପ୍ରେମରେ ଅନ୍ଧ ହେଇଛନ୍ତି କିଛି କଲେଜ ଛାତ୍ର ।WhatsApp Image 2022 02 15 at 9.29.22 AM କୁନି ପୁଅ ରାଜବୀର ର ଚିକିତ୍ସା ପାଇଁ କଲେଜ ଛାତ୍ରଙ୍କ ମିଶନ

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ରେ ଥିବା Bhairabi Junior College,Bhairabi Degree College, Balaji College ଏବଂ K.N. Memorial କଲେଜ୍ କୁ ଯାଇ ସେଠାରେ ଶିକ୍ଷା ଗ୍ରହଣ କରୁଥିବା ଭାଇ ଏବଂ ଭଉଣୀ ମାନଙ୍କୁ କୁନି ପୁଅ ରାଜବୀର ବିଷୟରେ ଜଣେଇ ତାର ଆଶୁ ଚିକିତ୍ସା ପାଇଁ କିଛି ମାତ୍ରାରେ ଅର୍ଥ ସଂଗ୍ରହ କରିଛନ୍ତି । ସୂଚନା ଅନୁଯାଇ ସମାଜସେବୀ ପ୍ରିୟବ୍ରତ ନାୟକ ଙ୍କ ନେତୃତ୍ୱରେ ଏହି ୪ ଟି କଲେଜ ରୁ ୨୫୦୦ ଟଙ୍କା ସଂଗ୍ରହ କରିଛନ୍ତି ।

ଏପଟେ ଦିଲ୍ଲୀ ଦରବାରରେ ସରକାର ଙ୍କ ଆର୍ଥିକ ସହାୟତା ଆଶା ବାନ୍ଧି ରହିଥିବା ବେଳେ ନିଜ ପୁଅକୁ ମରଣ ମୁଖରୁ ଫେରାଇ ଆଣିବା ପାଇଁ ବାପା ମାଁ ଆପ୍ରାଣ ଉଦ୍ୟମ କରୁଥିବା ବେଳେ କିଛି ସମାଜ ସେବୀ ମାନେ ମଧ୍ୟ ଏହି କାର୍ଯ୍ୟରେ ଆପ୍ରାଣ ଚେଷ୍ଟା ଚଳାଇଛନ୍ତି ।

ସେହି ପରି ଆଜି ଏହି ସେବାରେ ଶ୍ରୀ ନାୟକ ଙ୍କ ସମେତ କଲେଜ ଛାତ୍ର ଅମରେଶ ମାହାକୁଡ଼, ଦିବାକର ମହାକୁଡ଼, ଶୁଭେନ୍ଦୁ କର୍ଣ୍ଣ ଏବଂ ଧରଣୀ ମାଝୀ ସହଯୋଗ କରି ଆଦାୟ ହୋଇଥିବା ୨୫୦୦ ଟଙ୍କା କୁ ରାଜବୀର ର ସାହାଯ୍ୟ ପାଇଁ ଦିଆଯାଇଥିବା ଆକାଉଣ୍ଟ ରେ ଜମା କରିବା ପାଇଁ ସୂଚନା ଦେଇଛନ୍ତି ।