ମାଈ ବାଛୁରୀକୁ ଦୁଷ୍କର୍ମ ଅଭିଯୋଗ : ବନ୍ଧା ହେଲେ ୪ ଯୌନ ରାକ୍ଷସ

0
207
ମାଈ ବାଛୁରୀକୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ
ଜୟପୁର, (୧୭/୦୨) : ସୀମା ଟପିଲା ଯୌନ ପିପାସୁଙ୍କ ପାଶବିକ ଅତ୍ୟାଚାର । ନିଜ ଯୌନ ସୁଖ ମେଣ୍ଟେଇବା ପାଇଁ ଯୌନ ପିପାସୁ ମାନେ ନୀରିହ ପଶୁଙ୍କୁ ବି ଛାଡୁ ନାହାଁନ୍ତି । ଏକ ମାଈ ବାଛୁରୀକୁ ଦୁଷ୍କର୍ମ ଅଭିଯୋଗରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି ।rajasthan news 1645078387 ମାଈ ବାଛୁରୀକୁ ଦୁଷ୍କର୍ମ ଅଭିଯୋଗ : ବନ୍ଧା ହେଲେ ୪ ଯୌନ ରାକ୍ଷସ

ରାଜସ୍ଥାନ ର ଅଲୱର ରେ ଏଭଳି ଏକ ସ୍ପର୍ଷକାତର ଘଟଣା ଘଟିଛି । ଏକ ମାଈ ବାଛୁରୀକୁ ଯୌନ ରାକ୍ଷସ ମାନେ ନୃଶଂସ ଆଚରଣ କରିବା ସହ ଆମନବୀୟ ଭାବେ ଦୁଷ୍କର୍ମ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି । ଏହି ଘୃଣ୍ୟ ଏବଂ ବର୍ବର କାଣ୍ଡ ର ଏକ ଭିଡିଓ ମଧ୍ୟ ଭାଇରାଲ ହେଇଛି । ଭାଇରାଲ ଭିଡିଓରେ ଯୌନ ରାକ୍ଷସ ମାନେ ବାଛୁରୀଟି ତଳେ ପଡ଼ିଥିବା ବେଳେ ଦୁଷ୍କର୍ମ କରୁଥିବା ନଜରକୁ ଆସିଛି ।

ଭିଡିଓରେ ଜଣେ ଅଭିଯୁକ୍ତ ଘଟଣା ର ମଜା ନେଇ ଚିଲାଉ ଥିବା ବେଳେ ଆଉ ୨ ଜଣ ଘଟଣାର ଭିଡିଓ ଶୁଟିଂ କରୁଥିଲେ । ବାଛୁରୀକୁ ଅମାବୀୟ ନିର୍ଯାତନା ଦେବା ଅଭିଯୋଗରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି । ଫତେ ମହମ୍ମଦ ନାମକ ଜଣେ ବ୍ୟକ୍ତି ଏହି ଘଟଣାରେ ଏତଲା ଦେଇଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ଜୁବିର, ତଲିମ, ୱାରିସ ଏବଂ ଚୂନା । ପୂର୍ବରୁ ଉକ୍ତ ଅଞ୍ଚଳରେ ଗୋ-ଚାଲାଣ ହେଉଥିବା ଅଭିଯୋଗ ରହିଛି ।

ଅନେକ ସମୟରେ ପୁଲିସ ଏବଂ ଗୋ-ଚାଲାଣକାରୀଙ୍କ ମଧ୍ୟରେ ଏନ୍‌କାଉଣ୍ଟର ହୋଇଛି । ପୁଲିସ କୁ ଟାର୍ଗେଟ କରି ଅଭିଯୁକ୍ତମାନେ ବୋମା ମଧ୍ୟ ଫିଙ୍ଗିଛନ୍ତି । ସବୁ ଯୌନ ରାକ୍ଷସଙ୍କ ବୟସ ୨୦ ରୁ ୨୨ ବର୍ଷ ମଧ୍ୟରେ ହେବ । ଆଇପିସି ଧାରା ୩୭୭ ରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ବାଛୁରୀ ର ମେଡିକାଲ ପରିକ୍ଷା କରାଯାଇଥିବା ପୁଲିସ କହିଛି । ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ବୁଧବାର ୧୦୦୦ ରୁ ଅଧିକ ଲୋକ ଘଟଣାକୁ ନିନ୍ଦା କରି ବିକ୍ଷୋଭ କରିଥିଲେ ।

ସମ୍ପୃକ୍ତ ଯୌନ ରାକ୍ଷସଙ୍କ ବିରୋଧରେ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ବିକ୍ଷୋଭ ଯୋଗୁଁ ଦୋକାନ ବଜାର ବନ୍ଦ ରହିଛି । ଅଭିଯୁକ୍ତଙ୍କ ଫାଶୀ ଦାବିରେ ସ୍ଥାନୀୟ ଲୋକେ ଜିଦରେ ଅଟଳ ଅଛନ୍ତି । ପରିସ୍ଥିତି କୁ ଦୃଷ୍ଟିରେ ରଖି ବ୍ୟାପକ ଫୋର୍ସ ମୁତୟନ କରାଯାଇଛି ।