୪ ବର୍ଷରୁ କମ୍‌ ପିଲାଙ୍କ ପାଇଁ ହେଲ୍‌ମେଟ୍‌ ଓ ସିଟ୍‌ବେଲ୍ଟ ବାଧ୍ୟ

0
151
୪ ବର୍ଷରୁ କମ୍‌

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ
ନୂଆଦିଲ୍ଲୀ, (୧୭/୦୨) : ଏଣିକି ୪ ବର୍ଷରୁ କମ୍‌ ପିଲାଙ୍କ ପାଇଁ ହେଲ୍‌ମେଟ୍‌ ଓ ସିଟ୍‌ବେଲ୍ଟ ବାଧ୍ୟତାମୂଳକ କରାଯାଇଛି । ଦୁଇ ଚକିଆ ଯାନରେ ଯାଉଥିବା ୪ ବର୍ଷର କମ୍‌ ପିଲାଙ୍କ ପାଇଁ ହେଲ୍‌ମେଟ୍‌ ଏବଂ ସୁରକ୍ଷା ବେଲ୍ଟ ବାଧ୍ୟତାମୂଳକ କରାଯାଇଛି। ଏ ନେଇ କେନ୍ଦ୍ର ସରକାରଙ୍କ ସଡକ ପରିବହନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

ବିଜ୍ଞପ୍ତି ଅନୁଯାୟୀ, ଏହି ନୂଆ ନିୟମ ଆସନ୍ତା ବର୍ଷ ଫେବ୍ରୁଆରୀ ୧୫ ରୁ ଲାଗୁ ହେବ । ବାଇକ୍‌ରେ ବସିଥିବା ୪ ବର୍ଷରୁ କମ୍‌ ପିଲାଙ୍କ ପାଇଁ ସେଫ୍ଟି ହାର୍ନେସ୍‌ ଜରୁରୀ ହେବ । ଏଥି ସହ ପିଲାଙ୍କୁ କ୍ରଶ୍‌ ହେଲ୍‌ମେଟ୍‌ ପିନ୍ଧାଇବାକୁ ବାଧ୍ୟ ହେବେ ଲୋକେ । ସେହିପରି ବାଇକ୍‌ରେ ପିଲାଙ୍କୁ ବସି ଗାଡି ଚଳାଇବା ବେଳେ ଗାଡି ର ସ୍ପିଡ୍‌ ଘଣ୍ଟା ପ୍ରତି ୪୦ ରୁ ଅଧିକ ରହିବା ଉଚିତ ନୁହେଁ ।

ନିୟମ ଅନୁଯାୟୀ ବାଇକରେ ୯ ମାସରୁ ୪ ବର୍ଷ ଯାଏଁ ପିଲାଙ୍କୁ ବସାଇ ଚଲାଇବା ବେଳେ ସେଫ୍ଟି ବେଲ୍ଟ ଲଗାଇବା ଜରୁରୀ । ପଛରେ ବସିଥିବା ପିଲାଙ୍କୁ କ୍ରସ୍‌ ହେଲମେଟ୍‌ ମଧ୍ୟ ପିନ୍ଧାଇବାକୁ ପଡିବ । ସେଫ୍ଟି ବେଲ୍ଟି ୩୦ କିଲୋ ଯାଏ ଓଜନ ସମ୍ଭାଳି ପାରୁଥିବା ଉଚିତ । ଏଥିସହ ଏହା ନାଇଲନ୍‌ ତଥା ପର୍ଯ୍ୟାପ୍ତ କୁଶନିଂ ଯୁକ୍ତ ଫମ୍‌ ଓ ନରମଦାୟକ ହେବ ସହ ମଲ୍ଟିଫିଲମେଣ୍ଟରେ ତିଆରି ହେବା ଉଚିତ । ବେଲ୍ଟଟି ପୂରାପୁରି ୱାଟ୍‌ପ୍ରୁଫ ମଧ୍ୟ ଥିବା ଉଚିତ । ଏହି ସେପ୍ଟି ବେଲ୍ଟଟି ଏକ ପ୍ରକାରର ସେଫ୍ଟି ଜ୍ୟାକେଟ୍‌ ଭଳି ହୋଇଥାଏ ।

ସୂଚନା ମୁତାବକ, ଏହା ପୂର୍ବରୁ ଗତ ବର୍ଷ ଅକ୍ଟୋବର ମାସରେ ମନ୍ତ୍ରାଳୟ ଏକ ଡ୍ରାଫ୍ଟ ନୋଟିଫକେସନ ଜାରି କରି ନିୟମରେ କିଛି ପରିବର୍ତ୍ତନ କରିବା ପାଇଁ ପ୍ରସ୍ତାବ ଦେଇଥିଲା । ଆଗକୁ ଆଉ ଏକ ନୂଆ ନିୟମ ମଧ୍ୟ ତିଆରି ହେବ, ଯାହା ଭାରି ମାଲ ପରିବହନ କରୁଥିବା ଯାନ ଉପରେ ଲାଗୁ ହେବ ବୋଲି ସୂଚନା ମିଳିଛି । ଭାରି ଯାନ ଗୁଡିକରେ ଟ୍ରାକି ସିଷ୍ଟମ ଲଗାଇବା ବାଧ୍ୟତାମୂଳକ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି ।