ରା ଉଦୟ ଗିରି ବ୍ଲକର ମହିନ୍ଦ୍ରଗଡ ଠାରେ ଶାନ୍ତି ଶୃଙ୍ଖଳାରେ ଚାଲିଛି ଭୋଟ

0
160
ରା ଉଦୟ ଗିରି

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୮/୦୨) : ଗଜପତି ଜିଲ୍ଲା ର ରା ଉଦୟ ଗିରି ବ୍ଲକ ର ମହେନ୍ଦ୍ର ଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ଦ୍ଵିତୀୟ ପର୍ଯ୍ୟାୟ ଭୋଟ ଦାନ ଶାନ୍ତି ଶୃଙ୍ଖଳା ର ସହିତ ଚାଲିଛି ।

ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ଦ୍ଵିତୀୟ ପର୍ଯ୍ୟାୟ ଭୋଟ ଦାନ ପ୍ରକ୍ରିୟା ଗଜପତି ଜିଲ୍ଲା ରେ ଚାଲିଛି । ରା ଉଦୟ ଗିରି ବ୍ଲକ ର ମହେନ୍ଦ୍ର ଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସକାଳ ୭ ଟା ରୁ ଭୋଟ ଦାନ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି । ବିଜେପି ପ୍ରାର୍ଥୀନୀ ମାନେ ପ୍ରଥମେ ଭୋଟ ଦେଇଥିଲେ । ଶହ ଶହ ମହିଳା ଲମ୍ବା ଧାଡ଼ିରେ ଠିଆ ହୋଇ ଭୋଟ ଦେଉଛନ୍ତି । ସୂଚନା ଅନୁଯାୟୀ ବର୍ତ୍ତମାନ ଯାଏଁ ଶାନ୍ତି ଶୃଙ୍ଖଳା ର ସହିତ ଭୋଟ ଗ୍ରହଣ ପ୍ରକ୍ରିୟା ଚାଲିଛି ।