ତୃତୀୟ ପର୍ଯ୍ୟାୟରେ ମତଦାନ ବୁଥ୍ ଭିତରେ ପ୍ରିଯା୍ଇଡିଂ ଅଫିସର ଙ୍କ ଦୁର୍ନୀତି

0
124
ତୃତୀୟ ପର୍ଯ୍ୟାୟରେ ମତଦାନ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୨୦/୦୨) : ଗତ ରବିବାର ଦିନ ୭ ନଂ ଜୋନ ହରଭଙ୍ଗା ବ୍ଲକ ବାମଣ୍ଡା ପଞ୍ଚାୟତ ଦେବଗଡ଼ ଗ୍ରାମ ର ୧୦ ନଂ ୱାର୍ଡ ରେ ଚାଲିଥିବା ତୃତୀୟ ପର୍ଯ୍ୟାୟରେ ମତଦାନ କେନ୍ଦ୍ର ରେ ଭୋଟର ଙ୍କ ଉତ୍ତେଜନା ଦେଖା ଦେଇଛି l

ଭୋଟର ଙ୍କ କହିବା ଅନୁଯାଇ ପ୍ରିଯା୍ଇଡିଂ ଅଧିକାରୀ ନିଜେ ଭୋଟ ଦେଉଥିବାର ଅଭିଯୋଗ ଆସିଛି l ସୂଚନା ଅନୁଯାଇ ତୃତୀୟ ପର୍ଯ୍ୟାୟରେ ମତଦାନ ବେଳେ ଭୋଟର ଙ୍କ ବାରମ୍ବାର ମନା କରିବା ପରେ ମଧ୍ୟ ପ୍ରିଯା୍ଇଡିଂ ଅଧିକାରୀ ମାନି ନ ଥିବାର ଅଭିଯୋଗ ଆସିଛି l ଯଦ୍ୱାରା ଉତ୍ତେଜିତ ଭୋଟର କେତେଜଣ କାର୍ଯ୍ୟରତ ପୋଲିସ ଅଧିକାରୀ ଙ୍କୁ ଗୋଟେ ଘର ଭିତରେ ତାଲା ପକାଇ ଦେଇଥିଲେ l

ଅନ୍ୟପଟେ ପ୍ରିଯା୍ଇଡିଂ ଅଧିକାରୀ ଙ୍କୁ ବାହାରକୁ ଆଣି ବୁଥ୍ ରେ ତାଲା ପକାଇଥିଲେ l ଭୋଟ କେନ୍ଦ୍ରରେ ବିଜେଡି ଓ କଂଗ୍ରେସ ର ଦଳୀୟ ପତାକା ଲାଗିଥିବା ନେଇ ବିଜେପି କର୍ମୀ ମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି l ଶେଷରେ ପୋଲିସ ଓ ପ୍ରଶାସନିକ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଘଟଣା ର ଅନୁଧ୍ୟାନ କରୁଛନ୍ତି l