ପଞ୍ଚାୟତ ନିର୍ବାଚନ ପ୍ରଚାର ଶେଷ ଦିନରେ ପୁଲିସ ପ୍ରଶାସନର କଡ଼ା ସୁରକ୍ଷା ବ୍ୟବସ୍ଥା

0
130
ପଞ୍ଚାୟତ ନିର୍ବାଚନ ପ୍ରଚାର

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୨୨/୦୨) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଚାର ଆଜି ଶେଷ ଦିନରେ ପହଞ୍ଚିଛିି । ଏଭଳି ସ୍ଥିତିରେ ପୁଲିସ ପ୍ରଶାସନ କଡ଼ା ସୁରକ୍ଷା ବ୍ୟବସ୍ଥା କରିବା ସହ ପ୍ରତ୍ୟେକ ପଞ୍ଚାୟତରେ କଡ଼ା ପେଟ୍ରୋଲିଂ ମଧ୍ୟ କରୁଛି ।WhatsApp Image 2022 02 23 at 8.31.41 AM ପଞ୍ଚାୟତ ନିର୍ବାଚନ ପ୍ରଚାର ଶେଷ ଦିନରେ ପୁଲିସ ପ୍ରଶାସନର କଡ଼ା ସୁରକ୍ଷା ବ୍ୟବସ୍ଥା

ତେବେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକର ୨୨ ଟି ପଞ୍ଚାୟତରେ ଆସନ୍ତା ୨୪ ତାରିଖରୁ ନିର୍ବାଚନ ହେବାକୁ ଯାଉଥିବା ବେଳେ ପଞ୍ଚାୟତ ନିର୍ବାଚନ ପ୍ରଚାର ଶେଷ ଦିନରେ ବ୍ଲକ ପ୍ରଶାସନ ଓ ପୁଲିସ ପ୍ରଶାସନର ଉପସ୍ଥିତିରେ ଭୋଟ ଗଣତି କେନ୍ଦ୍ର ଗୁଡ଼ିକରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବ୍ଲକ ର ବିଭିନ୍ନ ପଞ୍ଚାୟତରେ ୨୭୨ ଟି ମତାମତ ସେଣ୍ଟର, ୭ ଟି ପିଙ୍କ ବୁଥ ରହିଥିବା ବେଳେ ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ର ନାଥ ଶତପଥୀ, ସ୍ଥାନୀୟ ବିଡ଼ିଓ ଚନ୍ଦ୍ର ମଣୀ ନାଗ, ନିର୍ବାଚନ ପର୍ଯ୍ୟବେକ୍ଷିକା ରୀନା କୁମାରୀ ନାୟକ, ତହସିଲଦାର ସୁରେନ୍ଦ୍ର ମେହେର, ଥାନାଧିକାରୀ ଅବନୀ ସାହୁ ଓ ଏବିଡିଓ ପ୍ରଦୀପ ପଟ୍ଟନାୟକ ବ୍ଲକ କର୍ମଚାରୀଙ୍କ ସହଯୋଗରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ।

୨୨ ଟି ପଞ୍ଚାୟତରେ ୧୧୯ ସରପଞ୍ଚ, ୪୫୨ ୱାର୍ଡ ସଭ୍ୟ, ୯୫ ସମିତି ସଭ୍ୟ ନିର୍ବାଚନ ମଇଦାନ କୁ ଓହ୍ଲାଇଛନ୍ତି । ବ୍ଲକ ର ବିଭିନ୍ନ ସ୍ଥାନରେ ପୁଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବା ସହ ଶାନ୍ତି ଶୃଙ୍ଖଳା ସହକାରେ ମତଦାନ କରିବା ପାଇଁ ଲୋକଙ୍କୁ ସଚେତନ କରାଯାଇଥିବା ନେଇ ଟିଟିଲାଗଡ଼ ଏସଡିପିଓ ଶ୍ରୀଯୁକ୍ତ ଶତପଥୀ ସୂଚନା ଦେଇଛନ୍ତି ।