୧୦ ନମ୍ବର ଜୋନରେ ବିଜେଡ଼ି ପ୍ରାର୍ଥିନୀ ଶ୍ରୀମତୀ ପୁତୁଲ ହାଇବ୍ରୁ ମାରାଥନ ପ୍ରଚାର

0
225
୧୦ ନମ୍ବର ଜୋନରେ

ରିପୋର୍ଟ : ଶ୍ୟାମଳେନ୍ଦୁ ପରିଡ଼ା
ରାଇରଙ୍ଗପୁର, (୨୩/୦୨) : ମୟୁରଭଞ୍ଜ ଜିଲ୍ଲା ର ସାରସକଣା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୪ ତାରିଖ ଦିନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ୧୦ ନମ୍ବର ଜୋନରେ ବିଜେଡି ତା’ର ପ୍ରଚାର କାର୍ଯ୍ୟକ୍ରମ ଜୋରଦାର କରିଛି ।

ଏହି ୧୦ ନମ୍ବର ଜୋନରେ ଗତଥର ବିଜେପି ଜିତି ଥିବାବେଳେ ଚଳିତ ବର୍ଷ ବିଜେଡି ଏହାକୁ ଦଖଲ କରିବାକୁ ଦିର୍ଘ ୭ମାସ ହେଲା ସବୁ ପ୍ରକାର କସରତ୍ କରିଛି । ଚଳିତ ଥର ବିଜେଡି ପୂର୍ବତନ ସରପଞ୍ଚ ପୁତୁଲ ହାଇବ୍ରୁଙ୍କ ମଥାରେ ବିଜେଡି ଜିଲ୍ଲା ପରିଷଦ କଳସ ଢାଳିଛି । ରାଜନୀତି ଅଭିଜ୍ଞତା ନେଇ ସେ ୪୬ ନମ୍ବର ଜୋନର ସବୁ ପଞ୍ଚାୟତର ଗାଆଁ କୁ ଗାଁ ବୁଲି ଘରକୁ ଘର ଯାଇ ଭୋଟ ଆଶୀର୍ବାଦ ମାଗୁଛନ୍ତି ।

ଜଣେ ସମାଜସେବୀ, ମିଷ୍ଟଭାଷିଣୀ, ଦରିଦୀ ଯୁବ ମହିଳା । ଏହି ଜୋନଟି ଏକ ପଛୁଆ, ନଦୀ, ନାଳ, ଜଙ୍ଗଲ ଘେରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହି ଅଞ୍ଚଳ ର ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ,ପାନୀୟ ଜଳ, ବିଜୁଳି, ମହିଳାଙ୍କ ଆର୍ଥିକ ଉନ୍ନତି ପାଇଁ ପ୍ରାଥମିକତା ଦେବେ ବୋଲି କହିଥିଲେ ।

ନବୀନ ସରକାରଙ୍କ ବିକାଶ ଡଙ୍ଗାକୁ ଏହି ଜୋନରେ ଆଗେଇ ନେବେ ବୋଲି କହିଥିଲେ । ତାଙ୍କର ସହକର୍ମୀଙ୍କ ସହ ମାରାଥନ୍ ପ୍ରଚାର କରିଥିଲେ । ଗାଁ ବାଲାଙ୍କ ଆଶୀର୍ବାଦ ତାଙ୍କ ଉପରେ ଅଛି ବୋଲି ଗ୍ରାମବାସୀ କହିଥିଲେ ।