ସାନି ମତଦାନ ପ୍ରକ୍ରିୟାକୁ ଡଙ୍ଗରିଆ କନ୍ଧ ସମ୍ପ୍ରଦାୟ ର ବିରୋଧ

0
202
ସାନି ମତଦାନ

ରିପୋର୍ଟ : ନରତ୍ତମ ପାଢୀ //
ରାୟଗଡ଼ା, ତା-(୨୩/୨) : ଶାନ୍ତି ଶୃଙ୍ଖଳା ସହ ଚାଲିଛି ରାୟଗଡା ଜିଲ୍ଲାର ବିସମକଟକ ବ୍ଲକର ମୁଣ୍ଡ ବାଲି ବୁଥରେ ଭୋଟ ଗ୍ରହଣ । ସାନି ମତଦାନ ପ୍ରକ୍ରିୟାକୁ ଡଙ୍ଗରିଆ କନ୍ଧ ସମ୍ପ୍ରଦାୟ ର ବିରୋଧ ହେଉଛି ।

ପ୍ରଥମ ପର୍ଯ୍ୟାୟରେ ରାୟଗଡା ଜିଲ୍ଲା ବିଷମକଟକ ବ୍ଲକରେ ଅନୁଷ୍ଠିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବୁଥ ଜବରଦଖଲ ନେଇ ଏକ ଭିଡିଓ ଭାଇରାଲ ହୋଇଥିଲା । ୧୬ ତାରିଖରେ ନିର୍ବାଚନ ହୋଇଥିଲା ଓ ୧୯ ତାରିଖରେ ଏହି ଭିଡିଓ ମୋବାଇଲରେ ଘୁରି ବୁଲିଥିଲା । ଭିଡିଓ ଲୋକଲୋଚନ କୁ ଆସିବା ପରେ ସାନି ମତଦାନ ପାଇଁ ଗୋଟିଏ ଗୋଷ୍ଠୀ ପକ୍ଷରୁ ଦାବି ହୋଇଥିଲା । ତେବେ ନିର୍ବାଚନ କମିଶନଙ୍କ ନିୟମ ଅନୁଯାୟୀ ଆଜି ବିଷମକଟକ ବ୍ଲକ କୁର୍ଲି ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡବାଲି ବୁଥ ନମ୍ବର ୮ ରେ ଶାନ୍ତି ଶୃଙ୍ଖଳା ର ସହ ଭୋଟ ଗ୍ରହଣ ଚାଲିଛି । ଡଙ୍ଗରିଆ ମାନେ ଆଜି ସକାଳୁ ବୁଥ କୁ ଆସି ଭୋଟ ଦେଉଛନ୍ତି । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ସି ଆର ପୀ ଏଫ ଓ ଡ଼ି ଭି ଏଫ ଫୋର୍ସ କୁ ନିୟୋଜିତ କରାଯାଇଛି ।