ଯୁଦ୍ଧ ଘୋଷଣା କଲେ ପୁଟିନ୍‍ !

0
185
ଯୁଦ୍ଧ ଘୋଷଣା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମସ୍କୋ/ନୂଆଦିଲ୍ଲୀ, (୨୪/୦୨) : ୟୁକ୍ରେନ୍‍ ବିରୋଧରେ ଯୁଦ୍ଧ ଘୋଷଣା କଲେ ଋଷ ରାଷ୍ଟ୍ରପତି ପୁଟିନ୍‍ । ପୁଟିନ୍‍ ୟୁକ୍ରେନରେ ସାମରିକ ଅପରେସନ ଘୋଷଣା କରିଛନ୍ତି । ପୁଟିନ ୟୁକ୍ରେନ ସେନାକୁ ଅସ୍ତ୍ରଶସ୍ତ୍ର ରଖିବାକୁ କହିଛନ୍ତି ।

ପୁଟିନ ଗଣମାଧ୍ୟମ ଆଗରେ ଯୁଦ୍ଧ ଘୋଷଣା କରିଥିବା ବେଳେ, ୟୁକ୍ରେନରୁ ଆସୁଥିବା ଧମକ କୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି । ସେ ତାଙ୍କ ବିବୃତିରେ ଆହୁରି କହିଛନ୍ତି ସେଠାରେ ରହୁଥିବା ଲୋକଙ୍କୁ ବଞ୍ଚାଇବା ପାଇଁ ସେ ଚାହୁଁଛନ୍ତି । ୟୁକ୍ରେନ କୁ ଦଖଲ କରିବା ତାଙ୍କର କୌଣସି ଉଦ୍ଦେଶ୍ୟ ନୁହେଁ । ରକ୍ତପାତ ହେବା ନ ହେବା ଉପରେ ୟୁକ୍ରେନ୍‍ ବିଚାର କରୁ ।

ଏହା ଛଡ଼ା ମଧ୍ୟ ପୁଟିନ ଅନ୍ୟ ଦେଶମାନଙ୍କୁ ଚେତାବନୀ ଦେଇଛନ୍ତି । ସେ ସିଧାସଳଖ ନ କହି କହିଛନ୍ତି ଋଷ ର କାର୍ଯ୍ୟରେ କେହି ହସ୍ତକ୍ଷେପ ନ କରନ୍ତୁ । ଆମେରିକା ଓ କିଛି ଦେଶ ବିରୋଧରେ ଅଭିଯୋଗ ଆଣିଛନ୍ତି ପୁଟିନ । ଋଷ ର ରାଷ୍ଟ୍ରପତି କହିଛନ୍ତି, “ଋଷ ର ସାମରିକ ଅପରେସନ ୟୁକ୍ରେନ ର ବିମୁଦ୍ରୀକରଣକୁ ସୁନିଶ୍ଚିତ କରିବା ପାଇଁ ଉଦ୍ଦିଷ୍ଟ ।” ପୁଟିନଙ୍କ ଏହି ଘୋଷଣା ଉପରେ ଏ ପର୍ଯ୍ୟନ୍ତ ଆମେରିକା କୌଣସି ବିବୃତି ରଖିନାହିଁ ।