ବଲାଙ୍ଗୀର ଜିଲ୍ଲାରେ ଗୋପାଳନ ଆଳରେ ଅର୍ଥ ହରିଲୁଟର ପର୍ଦାଫାଶ : ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବୀ

0
369

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର,ତା(୨୮/୦୭) : ଆଦିବାସୀ ଅଧ୍ୟୁଷିତ ତଥା ଦାଦନ ପ୍ରବଣ ବଲାଙ୍ଗୀର ଜିଲ୍ଲାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା କୋଟି କୋଟି ଟଙ୍କାର ବିଭିନ୍ନ କାର୍ଯ୍ୟକ୍ରମ ବ୍ୟବସ୍ଥା ଥାଇ ଏହି ଜିଲ୍ଲାରେ କେତେକ ଦୁର୍ନୀତି ଗ୍ରସ୍ଥ ଅଧିକାରୀ ଙ୍କ ଯୋଗୁଁ ଉକ୍ତ ଯୋଜନା ସଫଳ ରୂପାୟନ ହୋଇପାରୁ ନାହିଁ ।

ବଲାଙ୍ଗୀର ଜିଲ୍ଲାରେ କାର୍ଯ୍ୟକାରୀ ଅନେକ ଯୋଜନା ମଧ୍ୟରୁ ଗୋପାଳନ ପାଇଁ ସରକାରୀ ଅନୁଦାନ ବ୍ୟବସ୍ଥା ଥିବା ବେଳେ ବିଭାଗୀୟ ଅଧିକାରୀ ଖୋଲା ଖୋଲି ଟଙ୍କା ଆଦାୟ କରିବା ଘଟଣା ଇତି ମଧ୍ୟରେ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ଜିଲ୍ଲାର ଦେଓଗାଁ ବ୍ଲକ ରେ ୪୨୦ ଗୋଟି ଗାଇଗୁହାଳ ପ୍ରଦାନ କରାଯାଇଛି । ୪୫ ଜଣ ଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇ ଥିବା ବେଳେ ୨୮ ଜଣ ଙ୍କ ଗାଈ ଅବା ଗାଈ ଗୁହାଳ ନ ଥାଇ ଲାଞ୍ଚ କାରବାର କରି କାର୍ଯ୍ୟାଦେଶ ମଞ୍ଜୁର ହୋଇଥିବା ଜଣାଯାଇଥିଲା । ଏପରି କି ୪୨୦ ରୁ ଅନେକ ସଂଖ୍ୟକ ଙ୍କୁ ଜାଲ, କାଗଜପତ୍ର କରି ଅର୍ଥ ଆଦାୟ କରାଯାଇଥିବା ଅଭିଯୋଗ ହୋଇଛି ।

ଏବେ ଅନୁରୂପ ଭାବେ ଜିଲ୍ଲାର ଟିଟିଲାଗଡ ସବ୍ଡିଭିଜନ ଅଞ୍ଚଳ ରେ ବଙ୍ଗୋମୁଣ୍ଡା, ସଇଁତଲା,ଟିଟିଲାଗଡ, ମୁରିବାହାଲ, ଏପରି ଅନେକ ପଞ୍ଚାୟତ ରେ ଲକ୍ଷ ଲକ୍ଷ ଟଙ୍କା ର ଦୁର୍ନୀତି ନେଇ ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ସଭାପତି ସମ୍ପତ୍ତି ମାଝୀ ଆୟୋଜିତ ଏକ ବୈଠକ ରେ ଗୁରୁତର ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ,ପଞ୍ଚାୟତ ସରପଞ୍ଚ, ଗୋଷ୍ଠୀ ଉନ୍ନୟନ ବିଭାଗ ଅଧିକାରୀ, ପ୍ରାଣୀପାଳନ ଅଧିକାରୀ ପ୍ରମୁଖ ମିଶି ଖୋଲା, ଖୋଲି ଟଙ୍କା କାରବାର କରିବା ଅଭିଯୋଗ ହୋଇଥିବା ବେଳେ ଟିଟିଲାଗଡ ନିକଟସ୍ଥ ବାଙ୍କେଲ ପ୍ରାଣୀପାଳନ ନିରୀକ୍ଷକ ରବୀନ୍ଦ୍ର କୁମାର ନନ୍ଦ ପ୍ରମାଣ ପତ୍ର ପାଈଁ ୨୦୦୦ ରୁ ୩୦୦୦ ହଜାର ଲେଖାଏଁ ଟଙ୍କା ଆଦାୟ କରି ଜାଲ ପ୍ରମାଣ ପତ୍ର ପ୍ରଦାନ କରିବା ସହ ଅନେକ ହିତାଧିକାରୀ ଓ ସାଧାରଣ ଲୋକ ଙ୍କ ଠାରୁ ଲାଞ୍ଚ ନେଇ ମନ୍ଧ୍ୟ ପ୍ରମାଣ ପତ୍ର ପ୍ରଦାନ ନ କରିବା ନେଇ ଲିଖିତ ଅଭିଯୋଗ ହୋଇଛି ।

ଏ ନେଇ ଜିଲ୍ଲା ପ୍ରାଣିପାଳନ ଅଧିକାରୀ ଓ ଗୋଷ୍ଠୀ ପ୍ରାଣୀ ପାଳନ ଅଧିକାରୀ ଗତ ବୁଧବାର ଆସି କନ୍ଦାଖାଲ ଓ ସିରୁଲ ପଞ୍ଚାୟତ ରେ ତଦନ୍ତ କରି ଥିବା ବେଳେ ଏଥିରେ ବ୍ୟାପକ ପରିମାଣରେ ଦୁର୍ନୀତି ହୋଇଥିବା ଜଣାପଡିଥିଲା । ଉକ୍ତ ଦୁର୍ନୀତି ନେଇ ସବିଶେଷ ତଥ୍ୟ ସମ୍ପୂର୍ଣ୍ଣ ତଦନ୍ତ ପରେ ସବିଶେଷ ତଥ୍ୟ ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ।

ଏକ ଲକ୍ଷ ତେର ହଜାର ଟଙ୍କା ତଥା କମ ଗାଈ ପାଇଁ ୬୮ ହଜାର ଟଙ୍କା ପ୍ରଦାନ ବ୍ୟବସ୍ଥା ରହିଛି । ଏହି ଟଙ୍କା ପାଇବା ପାଇଁ କେବଳ ସରପଞ୍ଚ ମାନେ କେବଳ ୧୦ ହଜାର ଟଙ୍କା ନେଉଥିବା ବେଳେ ଅନ୍ୟ ଅଧିକାରୀ ମାନେ ଦାବୀ କରି ଅର୍ଥ ନେଇ ବିନା ଗାଇଗୁହାଳ ରେ ତଥା ପ୍ରକୃତ ହିତାଧିକାରୀଙ୍କ ଠାରୁ ନା ନା ଆଳ ରେ ଟଙ୍କା ନେଇ ସୁଦ୍ଧା ପ୍ରମାଣ ପତ୍ର ପ୍ରଦାନ ନ କରିବା ଅଭିଯୋଗ ହିତାଧିକାରୀ କରିଛନ୍ତି ।

ଘରକୁ ଘର ବୁଲି ଏପରି ଟଙ୍କା ଆଦାୟ କରାଯାଉଥିବା ବେଳେ ଭାଗ,ବଣ୍ଟା କରି ଦୁର୍ନୀତି ସମ୍ପର୍କରେ ଲିଖିତ ଅଭିଯୋଗ କରାଯାଇଛି । ଏ ନେଇ ଜିଲ୍ଲା ଆଦିବାସୀ ସଙ୍ଘ ତରଫରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସହ ନିରପେକ୍ଷ ତଦନ୍ତ କରି ଲାଞ୍ଚ କାରବାର ରେ ଲିପ୍ତ ଅଧିକାରୀ ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ବିଭିନ୍ନ ଉଚ୍ଚ ପ୍ରଶାସନିକ ଅଧିକାରୀ ମାନଙ୍କ ନିକଟ କୁ ଲିଖିତ ଅଭିଯୋଗ ପତ୍ର ପ୍ରେରଣ କରିଥିବା ଜଣାଇଛନ୍ତି ।

ସେହିପରି ମଙ୍ଗଳବାର ଜିଲ୍ଲା ଆଦିବାସୀ ସଙ୍ଘ ର ଏକ ବୈଠକ ରେ ପ୍ରାଣୀ ପାଳନ ନିରୀକ୍ଷକ ରବୀନ୍ଦ୍ର କୁମାର ନନ୍ଦ ଙ୍କୁ ଟଙ୍କା ନେଇ ଜାଲ ପ୍ରମାଣ ପତ୍ର ତଥା ପ୍ରକୃତ ହିତାଧିକାରୀଙ୍କ ନିକଟ ରୁ ପ୍ରମାଣ ପତ୍ର ପ୍ରଦାନ ପାଇଁ ଟଙ୍କା ନେଇଥିବା ପ୍ରଶାସନିକ ତଦନ୍ତ ରୁ ଜଣା ପଡୁଥିବା ସତ୍ୱେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦିନ ଗଡେଇ ଚାଲିଥିବା ଅଭିଯୋଗ କରି କ୍ଷୋଭ ପ୍ରକାଶ ପାଇଥିବା ବେଳେ ତୁରନ୍ତ ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପଦକ୍ଷେପ ନେବା ଚେତାବନୀ ଦେଇଛନ୍ତି ।