ବାଇକ ଦୁର୍ଘଟଣା ଘଟି ଜଣେ ଗୁରୁତର

0
303
ବାଇକ ଦୁର୍ଘଟଣା ଘଟି

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, (୨୫/୨) : ବୌଦ୍ଧ ଜିଲ୍ଲା ନିକଟରେ ବାଇକ ଦୁର୍ଘଟଣା ଘଟି ଜଣେ ଗୁରୁତର । ଖୋର୍ଦ୍ଧା -ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ବୌଦ୍ଧ ଜିଲା ପୁରୁଣା କଟକ ଥାନା ଲଇଗାଁ ଛକ ନିକଟରେ ଶୁକ୍ରବାର ଅପରାହ୍ନ ସମୟ ରେ ଜଣେ ବାଇକ ଆରୋହି ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିବା ଜଣା ପଡିଛି ।

ସୂଚନା ମତେ ଖୋର୍ଦ୍ଧା -ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ବୌଦ୍ଧ ପଟ ରୁ ଛାରିଚକ ଅଭିମୁଖେ ଯାଉଥିବା ଏକ ବାଇକ ଦୁର୍ଘଟଣା ଘଟି ଜଣେ ଗୁରୁତର ଅଛନ୍ତି | ବାଇକ ଆରୋହୀ ଜଣକ ନିଜର ଭାରସାମ୍ୟ ହରାଇ ରାସ୍ତl ତଳକୁ ଖସି ପଡିଥିଲେ । ପରେ ସ୍ଥlନିୟ ଲୋକଙ୍କ ସହାୟତା ରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପୁରୁଣା କଟକ ମେଡ଼ିକାଲ ଅଣାଯାଇ ଥିଲା l ଉକ୍ତ ଯୁବକ ଜଣକ ନୟାଗଡ଼ ଜିଲ୍ଲା ଅଞ୍ଚଳ ର ତ୍ରିଲୋଚନ ପରିଡା ବୋଲି ଜଣାପଡିଛି ।