ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ଦ୍ୱାରା ବୌଦ୍ଧ ଜିଲ୍ଲା ଶିକ୍ଷା ସମୀକ୍ଷା ବୈଠକ ଅନୁଷ୍ଠିତ

0
139
ଜିଲ୍ଲା ଶିକ୍ଷା ଅଧିକାରୀ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୨୫/୦୨) : ବୌଦ୍ଧ ଜିଲ୍ଲାର ସରକାରୀ ବାଳିକା ବିଦ୍ୟାଳୟ ଠାରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼. ଉଦୟନାଥ ମାଝୀ ଙ୍କ ସଭାପତିତ୍ୱରେ ଜିଲ୍ଲାର ବିଭିନ୍ନ ବିଭାଗ ର ସଂଯୋଗ କ୍ରମେ ଜିଲ୍ଲାର ଶିକ୍ଷା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି lWhatsApp Image 2022 02 26 at 8.31.47 AM ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ଦ୍ୱାରା ବୌଦ୍ଧ ଜିଲ୍ଲା ଶିକ୍ଷା ସମୀକ୍ଷା ବୈଠକ ଅନୁଷ୍ଠିତ

ଉକ୍ତ ବୈଠକ ରେ ଶିଶୁ କଲ୍ୟାଣ ବିଭାଗ ର ସୁରକ୍ଷା ଅଧିକାରୀ ଶର୍ମିଷ୍ଠା ହୋତା, ଶିଶୁ ବିକାଶ ଅଧିକାରୀ ଶ୍ରୀମତୀ ମିନତୀ ଦେଓ, ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ର ଅଧ୍ୟକ୍ଷା ସସ୍ମିତା ପ୍ରଧାନ ଓ ବରିଷ୍ଠ ପ୍ରଶିକ୍ଷିକା ଶୁଭଲକ୍ଷ୍ମୀ ପରିଡା, ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଦେବରାଜ ପ୍ରଧାନ, ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଧ୍ରୁବଚରଣ ଘିବେଲା, SATH. E ର ସଂଯୋଜକ ଶ୍ରୀ ଜୟଶଙ୍କର ବାଗ ଓ ଶ୍ରୀ ଶଙ୍ଖଦୀପ ଦାସ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଘନଶ୍ୟାମ ମେହେର ଙ୍କ ସକ୍ରିୟ ଉପସ୍ଥିତି ତଥା ଯୋଜନା ସଂଯୋଜକ ଶ୍ରୀ ଦେବାଶିଷ ଦ୍ୱାରୀ, ଆଦିବାସୀ ଓ ହରିଜନ ତଥା ଶିକ୍ଷା ସଂଯୋଜକ ଶିବ ଶଙ୍କର ଶତପଥୀ ଏବଂ ବାଳିକା ଶିକ୍ଷା ସଂଯୋଜିକା ରାଜଲକ୍ଷ୍ମୀ ପଣ୍ଡା ଯୋଗ ଦେଇଥିଲେ l

ଉକ୍ତ ବୈଠକ ରେ ଜିଲ୍ଲାର ଶିକ୍ଷା ଅଧିକାରୀ ବିଦ୍ୟାଳୟ ର ସମୟ ଓ କାର୍ଯ୍ୟ ଉପରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପ୍ରକୃତ ଧ୍ୟାନ ଦେବାକୁ ଗୁରୁତ୍ୱ ଦେଇଥିଲେ l ଚଳିତ ମାସ ୨୮ ତାରିଖ ରେ ପ୍ରତ୍ୟେକ ପ୍ରାଥମିକ ବିଦ୍ୟାଳୟ ଖୋଲୁ ଥିବାରୁ ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ କରିବା ପାଇଁ ସି ଆର ସି ସି ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଏପରିକି ଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯାଇଥିଲା l

ମୋ ସ୍କୁଲ କାର୍ଯ୍ୟକ୍ରମ ର ସଠିକ ପରିଚାଳନା, ବିଦ୍ୟାଳୟ ର ଜମି ପଟ୍ଟା ପାଇଁ ଆବେଦନ କରିବା ପାଇଁ ଆଲୋଚନା କରାଯାଇଥିଲା l ଏହାର ସବିଶେଷ ଆଲୋଚନା ପାଇଁ ଜିଲ୍ଲା ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଓ ଅଧ୍ୟକ୍ଷା ମାନେ ଉପସ୍ଥିତ ଥିଲେ l ଏତଦ ବ୍ୟତୀତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଚାଲିଥିବା ରାଣୀ ଲକ୍ଷ୍ମୀବାଈ ଆତ୍ମ ରକ୍ଷା ପ୍ରଶିକ୍ଷଣ ର ଦ୍ଵିତୀୟ ଦିବସ ପାଳିତ ହୋଇଯାଇଛି lWhatsApp Image 2022 02 26 at 8.31.48 AM ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ଦ୍ୱାରା ବୌଦ୍ଧ ଜିଲ୍ଲା ଶିକ୍ଷା ସମୀକ୍ଷା ବୈଠକ ଅନୁଷ୍ଠିତ

ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଓ ଅଧ୍ୟକ୍ଷା ମାନେ ଉପସ୍ଥିତ ହୋଇ କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ l ଛାତ୍ର ଛାତ୍ରୀ ମାନେ ନିଜ ନିଜ ମଧ୍ୟରେ ବିଭିନ୍ନ ଆତ୍ମରକ୍ଷା କୌଶଳ ପ୍ରଦର୍ଶନ କରିଥିଲେ l ଫଳରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ମେହେର ଛାତ୍ର ଛାତ୍ରୀ ମାନଙ୍କୁ ବେଶ ପ୍ରଶଂସା କରିଥିଲେ l ଅତିଥି ମାନେ ନିଜ ନିଜ ବିଦ୍ୟାଳୟ ରେ ଏହି କାର୍ଯ୍ୟକ୍ରମ କୁ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ l

ଏହି ତାଲିମ ସହ ଛାତ୍ର ଛାତ୍ରୀ ମାନେ ନିଜ ନିଜ ଆତ୍ମ ବିଶ୍ୱାସ ବୃଦ୍ଧି କରିବାକୁ ପ୍ରବର୍ତ୍ତାଇ ଥିଲେ l କାର୍ଯ୍ୟକ୍ରମ ରେ ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ ଶ୍ରୀ ହରିଶଙ୍କର ଦଣ୍ଡସେନା, ନିର୍ମାଣ ପରାମର୍ଶିକା ଶ୍ରୀମତୀ ସଙ୍ଗୀତା ସାହୁ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ l