ଆଧ୍ୟାତ୍ମିକ ଗୁରୁ ପଦ୍ମଶ୍ରୀ ବାବା ବଳିଆଙ୍କ ଦ୍ୱାରା ରାଇରଙ୍ଗପୁରରେ ସତସଙ୍ଗ

0
154
ଆଧ୍ୟାତ୍ମିକ ଗୁରୁ ପଦ୍ମଶ୍ରୀ

ରିପୋର୍ଟ : ଶ୍ୟାମଳେନ୍ଦୁ ପରିଡ଼ା
ରାଇରଙ୍ଗପୁର, (୨୬/୦୨) : ଆଧ୍ୟାତ୍ମିକ ଗୁରୁ ପଦ୍ମଶ୍ରୀ ବାବା ବଳିଆଙ୍କ ଦ୍ୱାରା ରାଇରଙ୍ଗପୁରରେ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଵସ୍ତୁବାଦୀ ଦୁନିଆଁରେ ମାୟା, ମୋହ, ଅର୍ଥ ଓ କାମନା ପଛରେ ଲୋକେ ଗୋଡାଉଛନ୍ତି । ଯାହା ଫଳରେ ସମାଜରେ ଭ୍ରଷ୍ଟାଚାର, ଦୁର୍ନୀତି, ଅଶାନ୍ତ, ପାରିବାରିକ ହିଂସା ଓ ବ୍ୟଭିଚାର ବଢ଼ି ଚାଲିଛି ।WhatsApp Image 2022 02 26 at 12.29.50 PM 1 ଆଧ୍ୟାତ୍ମିକ ଗୁରୁ ପଦ୍ମଶ୍ରୀ ବାବା ବଳିଆଙ୍କ ଦ୍ୱାରା ରାଇରଙ୍ଗପୁରରେ ସତସଙ୍ଗ

ଏ ସବୁକୁ ରୋକିବା ପାଇଁ ଲୋକମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ, ଭାତୃତ୍ୱ, ଭାଇଚାରା, ଶାନ୍ତି, ମୈତ୍ରୀ ଓ ସୁସଂସ୍କାର ଆବଶ୍ୟକତା ରହିଛି । ଜୀବନ ଓ ଜୀବିକା ପାଇଁ ଅର୍ଥ ଆବଶ୍ୟକ । ତା’ମାନେ ନୁହଁ ଅନ୍ୟାୟ, ଅନୀତି, ପରଶ୍ରୀକାତରତା, ଅସାମଜିକତା, ମଦ, ମାଂସକୁ ନେଇ ଶୃଙ୍ଖଳିତ ଜୀବନକୁ ଅଶୃଙ୍ଖଳିତ କରି ସମାଜରେ ଅସ୍ଥିରତା ସୃଷ୍ଟି କରିବା ସହ ନିଜେ ଏକ ଅଶାନ୍ତ ଜୀବନ ବିତାଇବା । ଓଡ଼ିଆ ପୁଅ ସମାଜ ର ମହାନ ଶାନ୍ତି ଓ ଆଧ୍ୟାତ୍ମିକ ଗୁରୁ ପଦ୍ମଶ୍ରୀ ବାବା ବଳିଆ ରାଇରଙ୍ଗପୁର ଗସ୍ତରେ ଆସି ସ୍ଥାନୀୟ ଶାନ୍ତି ପେଲେସରେ ଏକ ସତସଙ୍ଗ କାର୍ଯ୍ୟକ୍ରମରେ ଯୋଗ ଦେଇ ଆଧ୍ୟାତ୍ମିକ ଜୀବନ ବିତାଇବାର ମାର୍ଗଦର୍ଶନ ଦେଇଥିଲେ ।

ଭଗବତ୍ ଗୀତା ଜୀବନ କୁ କିଭଳି ଜିଇଁଵାର ରାସ୍ତା ଦେଖାଇଛି । ଧର୍ମ ଓ ନ୍ୟାୟ ପଛରେ ଥିବା ସହ ସତକର୍ମ, ସତସଙ୍ଗ, ସମାଜସେବା, ସମସ୍ତଙ୍କୁ ଆପାଣାର ମାନିବା, ସମାଜ ସେବାରେ ସମର୍ପିତା ହେବା ସହ ଦୈନନ୍ଦିନ ଜୀବନରେ ଗୀତା ର କିଛି ଅଂଶ ପଠନ କଲେ ଜୀବନ ଶାନ୍ତିରେ ଓ ଶୃଙ୍ଖଳିତ ଭାବରେ ଗତି କରିବ । ନିଜେ ଶୃଙ୍ଖଳିତ ହେଲେ ସମାଜ ମଧ୍ୟ ଶୃଙ୍ଖଳିତ ହେବ ବୋଲି ସମସ୍ତଙ୍କୁ ଉପଦେଶ ବାଣୀ ଶୁଣାଇଥିଲେ ।

ସତସଙ୍ଗରେ ବିଭିନ୍ନ ଆଡୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ, ବାବାଙ୍କ ଶିଷ୍ୟ ଓ ଶିଷ୍ୟା ପ୍ରମୁଖ ଉପସ୍ଥିତ ରହି ସତସଙ୍ଗରେ ସାମିଲ ହୋଇ ବାବାଙ୍କ ଆଶୀର୍ବାଦ ନେଇଥିଲେ । ଋଷିଆ ଓ ୟୂକ୍ରେନ ଯୁଦ୍ଧ ବନ୍ଦ ହେଉ ଓ ଶାନ୍ତି ପ୍ରତିଷ୍ଠା ନେଇ ଦୁଇ ମିନିଟ୍ ଭଗବାନଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା ।