ପୋଛିନେଲା ବିଜେଡି : ୬୧୦ରୁ ୫୪୨ଟି ଆସନରେ ଜିତି ସାରିଲାଣି ବିଜେଡି, ୨୦୦ରୁ ଅଧିକରେ ଆଗୁଆ

0
158
ପୋଛିନେଲା ବିଜେଡି

ରିପୋର୍ଟ : ସୁଭାସିସ ନାୟକ //
ଭୁବନେଶ୍ୱର, (୦୧/୦୩) : ପଞ୍ଚାୟତ ନିର୍ବାଚନ ର ତୃତୀୟ ଦିନ ର ଭୋଟ୍ ଗଣତି ଜାରି ରହିଛି । ଦ୍ୱିତୀୟ ଦିନ ଗଣତି ର ବି ସଂପୂର୍ଣ୍ଣ ଫଳାଫଳ ଆସିନି । ପୋଛିନେଲା ବିଜେଡି । ଏବେ ସୁଦ୍ଧା ୮୫୧ ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୬୧୦ ଟିର ଫଳାଫଳ ଘୋଷଣା କରାଯାଇଛି ।

ସେଥିରୁ କେବଳ ବିଜେଡି ୫୪୨ ଟିରେ ବିଜୟୀ ହୋଇଛି, ପୋଛିନେଲା ବିଜେଡି । ବିଜେପି ଓ କଂଗ୍ରେସକୁ ଯଥାକ୍ରମେ ୩୧ ଓ ୩୦ ଟି ଆସନ ମିଳିଛି । ସେହିପରି ସ୍ୱାଧୀନ ଓ ଅନ୍ୟାନ୍ୟ ଦଳ ପ୍ରାର୍ଥୀ ୭ଟି ଆସନ ହାତେଇଛନ୍ତି । ଭୋଟ ଗଣତି ର ତୃତୀୟ ଦିନରେ ଆଜି ୨୩୧ ଟି ଜିଲ୍ଲା ପରିଷଦ ଜୋନ୍ରେ ଗଣତି ଚାଲିଛି । ସେଥିରୁ ୨୧୦ ଟିରେ ବିଜେଡି ଆଗୁଆ ରହିଥିବା ବେଳେ ବିଜେପି ୧୫ ଓ କଂଗ୍ରେସ ୬ଟି ଆସନରେ ଆଗୁଆ ରହିଛନ୍ତି ।

ରବିବାର ଦ୍ୱିତୀୟ ଦିନରେ ୩୦୫ ଟି ଜିଲ୍ଲା ପରିଷଦ ଜୋନ୍ର ଭୋଟ୍ ଗଣତି ଆରମ୍ଭ ହୋଇଥିବା ବେଳେ ୨୯୫ ଟି ଆସନ ର ଫଳାଫଳ ଆସିଛି । ସେଥିରୁ ବିଜେଡି ୨୬୦ ଟିରେ ବିଜୟୀ ହୋଇଛି । ବିଜେପି ଓ କଂଗ୍ରେସ ୧୬ ଟି ଲେଖାଏଁ ଆସନ ଜିତିଛନ୍ତି । ସେହିପରି ଜଣେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଅନ୍ୟାନ୍ୟ ଦଳ ହାତକୁ ଯାଇଛି ୨ଟି ଆସନ । ଫଳାଫଳ ଆସି ନଥିବା ଅଧିକାଂଶ ଆସନରେ ବିଜେଡି ଆଗୁଆ ଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଶନିବାର ପ୍ରଥମ ଦିନରେ ୩୧୫ ଟି ଜିଲ୍ଲା ପରିଷଦ ଜୋନ୍ର ଭୋଟ୍ ଗଣତି କରାଯାଇଥିବା ବେଳେ ବିଜେଡି ୨୮୨ ଟିରେ ବିଜୟୀ ହୋଇଥିଲା । ବିଜେପି ଓ କଂଗ୍ରେସକୁ ଏହି ପର୍ଯ୍ୟାୟରେ ଯଥାକ୍ରମେ ୧୫ ଓ ୧୪ଟି ଆସନ ମିଳିଥିଲା । ସେହିପରି ଅନ୍ୟାନ୍ୟ ପ୍ରାର୍ଥୀଙ୍କୁ ୪ଟି ଆସନ ମିଳିଥିଲା ।