ପ୍ରଥମ ଦିନରେ କେହି ପ୍ରାର୍ଥୀ ପତ୍ର ଦାଖଲ କରି ନାହାଁନ୍ତି

0
168
ପ୍ରଥମ ଦିନରେ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୩/୦୩) : ରାଜ୍ୟ ରେ ପୌର ନିର୍ବାଚନ ଘୋଷଣା ପରେ ଗଜପତି ଜିଲ୍ଲା ର କାଶୀନଗର ବିଜ୍ଞାପିତ ଅଞ୍ଚଳ ରେ ଆଜି ପ୍ରାର୍ଥୀ ପତ୍ର ଦାଖଲ ର ପ୍ରଥମ ଦିନ ଥିଲା । କିନ୍ତୁ ପ୍ରଥମ ଦିନରେ କେହି ପ୍ରାର୍ଥୀ ପତ୍ର ଦାଖଲ କରି ନାହାଁନ୍ତି ।

କିନ୍ତୁ ଆଜି ଶେଷ ମୁହୂର୍ତ୍ତ ସୁଦ୍ଧା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ କେହି ପ୍ରାର୍ଥୀ ପାତ୍ର ଦାଖଲ କରି ନ ଥିବା ଜଣା ପଡ଼ିଛି । କୌଣସି ରାଜନୈତିକ ଦଳ ର ମୁଖ୍ୟ ପ୍ରାର୍ଥୀ ଅଧ୍ୟକ୍ଷ ପଦ ଓ କାଉନସିଲର କିଏ ହେବ ? ପାର୍ଟି କାହାକୁ ଟିକେଟ ଦେବ ? ଏ ସବୁ ଏ ଯାଏଁ ସ୍ଥିର ହୋଇନାହିଁ ବୋଲି ଜଣା ପଡ଼ିଛି । ଏଣୁ କାଶୀନଗର ପୌର ପରିଷଦ ରେ ପ୍ରଥମ ଦିନରେ କିଏ ବି ଆଜି ପ୍ରାର୍ଥୀ ପାତ୍ର ଦାଖଲ କରି ନାହାଁନ୍ତି ବୋଲି ଜଣା ପଡ଼ିଛି ।