ଛତ୍ରଙ୍ଗ ଗ୍ରାମ ପଞ୍ଚାୟତ ରେ ଭୋଟ ପରବର୍ତ୍ତୀ ହିଂସା

0
120
ଛତ୍ରଙ୍ଗ ଗ୍ରାମ ପଞ୍ଚାୟତ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, ତା (୦୪/୦୩) : ବୌଦ୍ଧ ଜିଲ୍ଲା ର ହରଭଙ୍ଗା ବ୍ଲକ ଅନ୍ତର୍ଗତ ଛତ୍ରଙ୍ଗ ଗ୍ରାମ ପଞ୍ଚାୟତ ରେ ଭୋଟ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି ।WhatsApp Image 2022 03 05 at 7.42.54 AM 1 ଛତ୍ରଙ୍ଗ ଗ୍ରାମ ପଞ୍ଚାୟତ ରେ ଭୋଟ ପରବର୍ତ୍ତୀ ହିଂସା

ଗତକାଲି ରାତି ୦୮ ଟା ସମୟରେ ନାମ ସଙ୍କୀର୍ତ୍ତନ ସାରି ନେଡିସାହି ଠାରୁ ନିଜ ଗ୍ରାମ ଝାରଖମଣ ଫେରୁଥିବା ବେଳେ ଝାରଖମଣ ଛକ ନିକଟରେ ବିନୋଦ ମଲିକ ଙ୍କୁ ତାଙ୍କ ସମର୍ଥକ ଙ୍କୁ ଓ୍ବାର୍ଡ ସଭ୍ୟ ଭାବରେ ଭୋଟ ଦେଇ ନ ଥିବାରୁ ବଚଷା କରିବା ସହ ଜାତିଆଣ ଆକ୍ଷେପ କରି ଗୋଟିଏ କାଠ ଫାଳିଆରେ ବିଜୟ ରଣା ନାମକ ଜଣେ ଅସମାଜିକ ଯୁବକ ମରାଣାନ୍ତକ ଆକ୍ରମଣ କରି ରକ୍ତାକ୍ତ କରିଥିବା ଆଜି ହରଭଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଛତ୍ରଙ୍ଗ ଗ୍ରାମ ପଞ୍ଚାୟତ ରେ ତୁରନ୍ତ ଶାନ୍ତି ପ୍ରତିଷ୍ଠା କରିବା ସହ ଦୋଷୀ ବିଜୟ ରଣା ଙ୍କୁ ଗିରଫ କରିବା ପାଇଁ ସାଧାରଣରେ ଦାବୀ ହେଉଛି ।