ବିନିକା ଆରଏମସି ରେ ଚାଷୀ ପଞ୍ଜିକରଣ ତାଲିମ ଶିବିର ଅନୁଷ୍ଠିତ

0
138
ବିନିକା ଆରଏମସି ରେ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୪/୩ ) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଆରଏମସି ରେ ଚଳିତ ରବି ଋତୁ ପାଇଁ ଚାଷୀ ପଞ୍ଜିକରଣ ତାଲିମ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି |WhatsApp Image 2022 03 05 at 7.51.43 AM 1 ବିନିକା ଆରଏମସି ରେ ଚାଷୀ ପଞ୍ଜିକରଣ ତାଲିମ ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର ଜିଲ୍ଲା ଯୋଗାଣ ଅଧିକାରୀ ସୁରେଶ କୁମାର ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତାରେ ବିନିକା ଆରଏମସି ରେ ଅନୁଷ୍ଠିତ ତାଲିମ ଶିବିରରେ ବିନିକା ଏବଂ ଡୁଙ୍ଗୁରିପାଲି ବ୍ଲକ ର ସମସ୍ତ ପେକ୍ସ ସମ୍ପାଦକ ଓ ଡିଇଓ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ର ଶୋଭାନେତ୍ରୀ ଏବଂ ଡିଇଓ ମାନେ ଯୋଗ ଦେଇଥିଲେ |

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଏଆରସିଏସ ଏଲ.ବି ଦାଶ, ଏସିଏସଓ ତ୍ରିନାଥ ଭୋଇ, ଲଳିତ ମୋହନ ପଟ୍ଟନାୟକ, ଡିପିସି ମିଶନ ଶକ୍ତି କାର୍ତ୍ତିକ ଚନ୍ଦ୍ର ନାଏକ, ସିଇଓ ଅକ୍ଷୟ ମେହେର, ବ୍ଲକ ଯୋଗାଣ ଅଧିକାରୀ ରାଜକିଶୋର ସ୍ୱାଇଁ, ଏନଏସି ଯୋଗାଣ ଅଧିକାରୀ ପିଙ୍କୁ ଭୋଇ, ଲାଲବିହାରୀ ଦାଶ, ରାମ ଶଙ୍କର ଦାଶ, ଆଶିଷ କୁମାର ମେହେର, ତ୍ରିଲୋଚନ ବିଶି ପ୍ରମୁଖ ଯୋଗ ଦେଇ ଚଳିତ ବର୍ଷ କିପରି ଚାଷୀ ପଞ୍ଜିକରଣ କରାଯିବ ସେ ନେଇ ଉପସ୍ଥିତ ସମ୍ପାଦକ ଏବଂ ଡିଇଓ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ ।

ଶେଷରେ ଆରଏମସି ସମ୍ପାଦକ ଉଦିତ ବାବୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରକାଶ ଥାଉ କି ରବି ଋତୁ ପାଇଁ ଚାଷୀ ପଞ୍ଜିକରଣ ମାର୍ଚ୍ଚ ୧ ତାରିଖ ରୁ ଆରମ୍ଭ ହୋଇଯାଇଥିବା ବେଳେ ଏପ୍ରିଲ ୭ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସୂଚନା ମିଳିଛି । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଅଶୋକ କୁମାର ପାଣ୍ଡେ, ଶରତ ତ୍ରିପାଠୀ, ଭୀମସେନ ନାଏକ, ପ୍ରଦ୍ୟୁମ୍ନ ସାହୁ ପ୍ରମୁଖ ଆରଏମସି ଷ୍ଟାଫ ଉପସ୍ଥିତ ଥିଲେ ।