୩ୟ ଦିବସ ରେ କାଶୀନଗର ପୌର ନିର୍ବାଚନ ନାମାଙ୍କନ କ୍ରୟ

0
211
୩ୟ ଦିବସ ରେ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୫/୦୩) : ଆଜି ପୌର ନିର୍ବାଚନ ର ନାମାଙ୍କନ ଦାଖଲ ର ୩ୟ ଦିବସ ରେ ବିଭିନ୍ନ ୱାର୍ଡ ର କାଉନସିଲର ପଦ ନିମନ୍ତେ ୧୬ ଟି ନାମାଙ୍କନ କ୍ରୟ ହୋଇଥିବା ନିର୍ବାହୀ ଅଧିକାରୀ ପ୍ରେସ କୁ ଜଣାଇଛନ୍ତି । କେବଳ ୩ ଜଣ ନାମାଙ୍କନ ଦାଖଲ କରିଛନ୍ତି ।

ସେପଟେ ୩ୟ ଦିବସ ରେ ମଧ୍ୟ ଅଧ୍ୟକ୍ଷା ପଦ ପାଇଁ କୌଣସି ଦଳ କିମ୍ବା ବ୍ୟକ୍ତି ବିଶେଷ ନାମାଙ୍କନ କ୍ରୟ କିମ୍ବା ଦାଖଲ କରିନାହାନ୍ତି । ଏଣୁ ଏହା ନିଶ୍ଚୟ ଜଣା ପଡୁଛିକି ପୌର ଅଧ୍ୟକ୍ଷା ପଦ ପାଇଁ କୌଣସି ଦଳ କିମ୍ବା ସ୍ଵାଧୀନ ପ୍ରାର୍ଥୀ ଗୋଟିଏ ନିଷ୍ପତି କିମ୍ବା ନିର୍ଯ୍ୟସ କୁ ପହଞ୍ଚି ପାରୁ ନାହାଁନ୍ତି ବୋଲି ଏହା ଜଳ ଜଳ ହୋଇ ଦିଶୁଛି । ଆହୁରି ମଧ୍ୟ ଏହି ଗଣିତ ଛିଣ୍ଡି ପାରୁ ନାହିଁ, ଅଥବା ଦଳ ମାନଙ୍କ ଭିତରେ ଅସନ୍ତୋଷ ଥିବା ଏଥିରୁ ଜଣା ପଡୁଛି ।