ମାଓ ସଂଗଠନ ସହ ଯୋଗାଯୋଗ ଓ ସେମାନଙ୍କୁ ମାଓ ସାମଗ୍ରୀ ଯୋଗାଇବା ଅଭିଯୋଗରେ ୩ ଗିରଫ

0
141
ମାଓ ସଂଗଠନ

ରିପୋର୍ଟ : ଦେବଦତ୍ତ ରଥ
କଳାହାଣ୍ଡି, (୦୯/୦୩) : ମାଓ ସଂଗଠନ ସହ ଯୋଗାଯୋଗ ଓ ସେମାନଙ୍କୁ ମାଓ ସାମଗ୍ରୀ ଯୋଗାଇବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି କଳାହାଣ୍ଡି ପୋଲିସ । ଗିରଫ ଅଭିଯୁକ୍ତ ନର୍ଲା ଥାନା ଅନ୍ତର୍ଗତ ଲାଞ୍ଜିଗଡ଼ ରୋଡ ଗାଁ ର ପ୍ରବୀଣ ରାଉତ ଓରଫ କବି, ପ୍ରତିଦାନ ରାଉତ ଏବଂ ଅନୁଗୁଳ ଜିଲ୍ଲାର ଶକ୍ତି ସାମନ୍ତ ଦଳ ବେହେରା ।

ଏମାନେ କେକେବିଏନ ଡିଭିଜନ ମାଓ ସଂଗଠନ କୁ ୱାକିଟକି, ମୋବାଇଲ ଫୋନ୍ ଆଦି ସାମଗ୍ରୀ ଯୋଗାଇ ଆସୁଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ପ୍ରବୀଣ ରାଉତ ଓରଫ କବି ମାଓ ସଂଗଠନର ଜଣେ ସକ୍ରିୟ ମିଲିସିଆ ସଦସ୍ୟ । ସେପଟେ ଶକ୍ତି ସାମନ୍ତ ଦଳ ବେହେରା ଅନୁଗୁଳ ଜିଲ୍ଲାରୁ ଆସି ଲାଞ୍ଜିଗଡ଼ ରୋଡରେ ରହୁଥିଲା । ଏମାନେ ମାଓ ସଂଗଠନକୁ ସୁଦୃଢ କରିବା ପାଇଁ ଅନୁଦାନ ସଂଗ୍ରହ ସହ ବନ୍ଧୁକ ଓ ବିସ୍ଫୋରକ ସାମଗ୍ରୀ ମଧ୍ୟ ମାଓ ସଂଗଠନ କୁ ଯୋଗାଇ ଆସୁଥିବା ନେଇ ଅଭିଯୋଗ ରହିଛି ।

ଏ ନେଇ ନର୍ଲା ଥାନାରେ ୩ ଅଭିଯୁକ୍ତଙ୍କ ନାଁ ରେ ମାମଲା ରୁଜୁ ପରେ ୩ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି କଳାହାଣ୍ଡି ପୋଲିସ । ଏହାକୁ ନେଇ କଳାହାଣ୍ଡି ପୋଲିସ ଏସ୍ପି ସୂଚନା ଦେଇଛନ୍ତି । ଅଭିଯୋଗ ଆଧାରରେ ତିନି ଅଭିଯୁକ୍ତଙ୍କ ବିରୋଧରେ ତଦନ୍ତ ଜାରି ରଖିଛି ପୋଲିସ ।
Narla P.S case No. 30 dtd.07.03.2022 u/s 121/121(A),/122/123/34 IPC r.W. 17/18/19/20 of UAP Act & Sec 17 of CLRA Act 1908