ଶିବତୁଲା ସେବା ସମବାୟ ସମିତିର ସମ୍ପାଦକ ଓ ଡାଟା ଏଣ୍ଟ୍ରି ଓପରେଟର ଭିଜିଲାନ୍ସ ହାତରେ ଗିରଫ

0
182
ଶିବତୁଲା ସେବା ସମବାୟ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୋନପୁର, (୧୧/୩) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଶିବତୁଲା ସେବା ସମବାୟ ସମିତି ର ସମ୍ପାଦକ କୁନା ନାୟକ ଏବଂ ଡାଟା ଏଣ୍ଟ୍ରି ଓପରେଟର ଦେବାନନ୍ଦ ନାଏକ ଆଜି ଜଣେ ଚାଷୀଙ୍କ ଠାରୁ ଲାଞ୍ଚ ନେଉଥିବା ଅବସ୍ଥାରେ ଧରାପଡି ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ।WhatsApp Image 2022 03 12 at 8.22.39 AM 1 ଶିବତୁଲା ସେବା ସମବାୟ ସମିତିର ସମ୍ପାଦକ ଓ ଡାଟା ଏଣ୍ଟ୍ରି ଓପରେଟର ଭିଜିଲାନ୍ସ ହାତରେ ଗିରଫ

ଭାଲୁବାହାଲ ଗାଁ ର ଚାଷୀ ଜଳନ୍ଧର ଡାଙ୍ଗ ଙ୍କ ଠାରୁ ଧାନ ବିକ୍ରୀ ତାଙ୍କ ବ୍ୟାଙ୍କ ରେ ପକାଇ ଦେବା ପାଇଁ ୮ ହଜାର ଟଙ୍କା ଦାବୀ କରିଥିଲେ । ଏ ନେଇ ଜଳନ୍ଧର ସୁବର୍ଣ୍ଣପୁର ଭିଜିଲାନ୍ସ ବିଭାଗ ପାଖରେ ଅଭିଯୋଗ କରିଥିଲେ । ଯୋଜନା ମୁତାବକ ଆଜି ଶିବତୁଲା ସେବା ସମବାୟ ସମିତି ର ଉଭୟ ସମ୍ପାଦକ ଓ ଡାଟା ଏଣ୍ଟ୍ରି ଓପରେଟର ଜଳନ୍ଧରଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରି ନେଇଥିଲା । ଏ ନେଇ ଭିଜିଲାନ୍ସ କେସ ନଂ ୮ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।