ଆମେରିକା ର ବାଣିଜ୍ୟ ଦୂତାବାସ ଉପରେ କ୍ଷେପଣାସ୍ତ୍ର ମାଡ଼ କଲା ଇରାନ୍‌ !

0
160
ଆମେରିକା ର ବାଣିଜ୍ୟ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଇରାନ୍‌ /ନୂଆଦିଲ୍ଲୀ, (୧୪/୦୩) : ଗତକାଲି ଇରାକ ର ଉତ୍ତର ଇରବିଲରେ ଥିବା ଆମେରିକା ର ବାଣିଜ୍ୟ ଦୂତାବାସ ଉପରକୁ କ୍ଷେପଣାସ୍ତ୍ର ମାଡ଼ କରିଛି ଇରାନ୍‌ । ରବିବାର ୧୨ ଟି କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଛି । ଏହି ଆକ୍ରମଣକୁ ନେଇ ନିଜକୁ ଦାୟୀ କରିଛି ଇରାନ୍‌

ଗତ ସପ୍ତାହରେ ସିରିୟାରେ ଇଶ୍ରାଏଲ ପକ୍ଷରୁ ଗୁଳି ମାଡ଼ରେ ଦୁଇଜଣ ବିଦ୍ରୋହୀ ଇରାନ ଗାର୍ଡ଼ଙ୍କ ମୃତ୍ୟୁ ପରେ ଏହାର ଜବାବ ଦିଆଯାଛି ବୋଲି ଇରାନ୍‌ କହିଛି । ତେବେ ରବିବାର ଆମେରିକା ର ବାଣିଜ୍ୟ ଦୂତାବାସ ଉପରେ ଆକ୍ରମଣରେ କାହାରି କିଛି କ୍ଷତି ଘଟି ନଥିବା ଜଣା ପଡ଼ିଛି । ଆମେରିକାର ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଯେ, ପଡୋଶୀ ଇରାନ୍‌ ରୁ ଏହି କ୍ଷେପଣାସ୍ତ୍ର ମାଡ଼ କରାଯାଇଛି । ଇରାନ୍‌ ର ଏହି କ୍ଷେପଣାସ୍ତ୍ର ମାଡ଼ ପରେ ଆମେରିକା ସହ ଉତ୍ତେଜନା ବଢ଼ିଛି ।

ତେବେ ଆମେରିକାର ଆଉ ଜଣେ ଅଧିକାରୀ କହିଛନ୍ତି ଯେ ବାଣିଜ୍ୟ ଦୂତାବାସ ର କୌଣସି କ୍ଷୟକ୍ଷତି ହୋଇନାହିଁ । ଇରାକ ର ଅଧିକାରୀମାନେ କହିଛନ୍ତି ଯେ ଅନେକ କ୍ଷେପଣାସ୍ତ୍ର ମାଡ଼ ହୋଇଛି । ଦୂତାବାସ କୋଠାଟି ନୂଆ କରି ନିର୍ମିତ ହୋଇଥିବାରୁ ସେଠାରେ କେହି ରହୁ ନଥିଲେ ବୋଲି ଆମେରିକା କହିଛି । ଆମେରିକା ଏହାକୁ ଇରାକ ର ସାର୍ବଭୌମତ୍ୱ ଉପରେ ଅପମାନଜନକ ଆକ୍ରମଣ କହି ନିନ୍ଦା କରିଛି ।

ମିଳିଥିବା ସୂଚନା ଅନୁଯାୟୀ ସିରିଆ ର ଦାମାସକସ ନିକଟରେ ଇସ୍ରାଏଲର ମିସାଇଲ ଆକ୍ରମଣ ଦ୍ୱାରା ଇରାନ ର ରିଭଲ୍ୟୁସନାରୀ ଗାର୍ଡ ର ଦୁଇଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଥିଲା । ପରେ ଏହାର ପ୍ରତିଶୋଧ ନେବାକୁ ଇରାନ ର ବୈଦେଶିକ ମନ୍ତ୍ରଣାଳୟ ଧମକ ଦେଇଥିଲା ।