ମ୍ୟୁନିସିପାଲିଟି ନିର୍ବାଚନ ପାଇଁ ବିଜେପି ର ଅସ୍ଥାୟୀ କାର୍ଯ୍ୟାଳୟ ଉଦ୍ଘାଟିତ

0
388
ମ୍ୟୁନିସିପାଲିଟି ନିର୍ବାଚନ

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, ଗଜପତି, (୧୪/୦୩) : ମ୍ୟୁନିସିପାଲିଟି ନିର୍ବାଚନ ଯେତିକି ପାଖେଇ ଆସିଲାଣି ପ୍ରଚାର ମଧ୍ୟ ସେତିକି ଜୋର୍ ଧରୁଛି । ଆଜି ବିଜେପି ତାର ଅସ୍ଥାୟୀ କାର୍ଯ୍ୟାଳୟ କୁ ଉଦଘାଟିତ କରିଛି ।

ମ୍ୟୁନିସିପାଲିଟି ନିର୍ବାଚନ ପାଇଁ ଏହି ଅସ୍ଥାୟୀ କାର୍ଯ୍ୟାଳୟ କୁ ବିଶିଷ୍ଟ ବ୍ୟବସାୟୀ ତଥା ବିଜେପି ନେତା ନେଟି ମୀ ଉଦୟ ଭାସ୍କର ରାଓ ଉଦଘାଟନ କରିଥିଲେ । ଏତଦ୍ ବ୍ୟତୀତ ବିଜେପି ଉପ ସଭାପତି କରି କନା ମୁକୁନ୍ଦ ରାଓ, ଲୋଲୁଗୁ ଚନ୍ଦ୍ର ରାଓ, ଏସ. ବୈକୁଣ୍ଠ ରାଓ, କେ. ଦାସୁ ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ । ଏହି ଅସ୍ଥାୟୀ କାର୍ଯ୍ୟାଳୟ ଟି ଫରେଷ୍ଟ ଛକ ନିକଟ ରେ ଉଦ୍ଘାଟିତ ହୋଇଛି । ୱାର୍ଡ ନ ୪ ରେ ବିଜେପି ଓ ବିଜେଡି ଏକତ୍ରିତ ହୋଇଥିବା ଖବର ମିଳିଛି । ଆଜି ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ର ଶେଷ ଦିନ ଅଟେ ।