କପିଲ ସିବଲ ଙ୍କ ଗାନ୍ଧୀ ପରିବାରକୁ ନେଇ ବିସ୍ଫୋରକ ମନ୍ତବ୍ୟ

0
121
କପିଲ ସିବଲ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୧୫/୦୩) : କଂଗ୍ରେସ କାର୍ଯ୍ୟକାରୀ ବୈଠକରେ ସୋନିଆ ଗାନ୍ଧୀଙ୍କ ନେତୃତ୍ୱ ଉପରେ ଦଳ ବିଶ୍ୱାସ ଜାରି କରିଥିବା ବେଳେ କପିଲ ସିବଲ ଙ୍କ ଗାନ୍ଧୀ ପରିବାରକୁ ନେଇ ବିସ୍ଫୋରକ ମନ୍ତବ୍ୟ ଶୁଣିବାକୁ ମିଳିଛି । ସେ କହିଛନ୍ତି ଯେ, “ଗାନ୍ଧୀ ପରିବାର କଂଗ୍ରେସ ଗାଦିରୁ ହଟିଯିବା ଦରକାର ଓ ଅନ୍ୟମାନଙ୍କୁ ସୁଯୋଗ ଦେବା ଆବଶ୍ୟକ । “

କଂଗ୍ରେସ ର ବିପର୍ଯ୍ୟୟ ପରେ ଚାଲିଛି ମାନସ ମନ୍ଥନ । କାହିଁକି ହାରିଲା ଦଳ ? ତାହାର କାରଣ ଖୋଜା ଚାଲିଛି । ୫ ରାଜ୍ୟ ବିଧାନସଭା ନିର୍ବାଚନରେ କଂଗ୍ରେସ ମୁହଁ ମାଡ଼ି ପଡ଼ିଥିବା ବେଳେ ଦଳ ର ବରିଷ୍ଠ ନେତା କପିଲ ସିବଲ ଗାନ୍ଧୀ ପରିବାର ସଦସ୍ୟଙ୍କୁ ପାର୍ଟି ନେତୃତ୍ୱ ଛାଡ଼ିବାକୁ ପରାମର୍ଶ ଦେଇଛନ୍ତି ।
ଏ ନେଇ ସେ କହିଛନ୍ତି, ଗାନ୍ଧୀ ପରିବାର କଂଗ୍ରେସ ର ଗାଦିରୁ ହଟିଯିବାର ଏହା ହେଉଛି ପ୍ରକୃତ ସମୟ । ନିଜ ଇଚ୍ଛାରେ ସେମାନେ କ୍ଷମତାରୁ ଦୂରେଇ ଯିବା ଆବଶ୍ୟକ । ଗାଦି ଛାଡ଼ି ସେମାନେ ଜଣେ ନୂଆଁ ନେତା ପାଇଁ ରାସ୍ତା ପରିଷ୍କାର କରିବା ଉଚିତ । କାରଣ ତାଙ୍କ ଦ୍ୱାରା ଗଢ଼ା ଯାଇଥିବା ଟିମ୍‌ ଏପରି ଉପଦେଶ କେବେ କି ଗାନ୍ଧୀ ପରିବାର ସଦସ୍ୟଙ୍କୁ ଦେବନି ।

ଏଥିସହ ସେ କହିଛନ୍ତି, ୫ ରାଜ୍ୟ ର ବିଧାନସଭା ନିର୍ବାଚନରେ କଂଗ୍ରେସ ର ବିପର୍ଯ୍ୟୟ ମୋତେ ଜମା ଆଶ୍ଚର୍ଯ୍ୟ କରିନି । କେବଳ ସେତିକି ନୁହେଁ, CWC ସୋନିଆଙ୍କ ନେତୃତ୍ୱ ଉପରେ ବିଶ୍ୱାସ ଜାହିରି କରିବା ଘଟଣା ବି କିଛି ଚକିତ କରିବା ପରି ଘଟଣା ନୁହେଁ । କିନ୍ତୁ CWC ବାହାରେ ଥିବା କଂଗ୍ରେସ ନେତାମାନଙ୍କ ଦୃଷ୍ଟିକୋଣ ସମ୍ପୂର୍ଣ୍ଣ ଭିନ୍ନ । CWC ବାହାରେ ମଧ୍ୟ ଏକ କଂଗ୍ରେସ ଅଛି । ତେଣୁ ଦୟା କରି ସେମାନଙ୍କ ଚିନ୍ତାଧାରା, ମତାମତକୁ ବି ଶୁଣିବା ଓ ଗୁରୁତ୍ୱ ଦେବା ଆବଶ୍ୟକ ।

CWC ଭାରତରେ କଂଗ୍ରେସ ପାର୍ଟି ର ପ୍ରତିନିଧିତ୍ୱ କରୁଛି । କିନ୍ତୁ ଏହା ଠିକ୍‌ ନୁହେଁ । ସମଗ୍ର ଦେଶରେ ବହୁତ କଂଗ୍ରେସ ରହିଛି । ଯେପରି କେରଳରେ, ଆସାମରେ, ଜମ୍ମୁ କଶ୍ମୀରରେ, ମହାରାଷ୍ଟ୍ରରେ, ଉତ୍ତରପ୍ରଦେଶରେ, ଗୁଜରାଟରେ ଥିବା କଂଗ୍ରେସ ଟିମ୍‌ ଏପରି ମତାମତ ଦେଉ ନାହାଁନ୍ତି । ମୁଁ କାହା ତରଫରୁ କହୁ ନାହିଁ । ଏହା ମୋର ନିଜର ବ୍ୟକ୍ତିଗତ ବିଚାର । କାରଣ ଆଜି ମୋତେ ଘରୋଇ କଂଗ୍ରେସ ନୁହେଁ, ସମସ୍ତଙ୍କ କଂଗ୍ରେସ ଦରକାର । ଶେଷ ନିଶ୍ୱାସ ପର୍ଯ୍ୟନ୍ତ କଂଗ୍ରେସ ପାଇଁ ଲଢ଼େଇ ଜାରି ରଖିବି ।