ନିଖୋଜ ହୋଇ ଯାଇଥିଲେ ଗୋଲଡେନ୍ ବାବା, ପୁଣି ମିଳିଲେ କିନ୍ତୁ ମିଳିଲାନି ସବୁ ପ୍ରଶ୍ନର ଉତ୍ତର

0
176
ନିଖୋଜ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //

ଉତ୍ତର ପ୍ରଦେଶ, (୧୯/୦୩) : ଗୋଲଡେନ୍‌ ବାବା ରହସ୍ୟମୟ ଭାବେ ହୋଇଗଲେ ନିଖୋଜ । ପରିଜନ, ଅନୁଗତ ବ୍ୟସ୍ତ- ଚିନ୍ତିତ । ପୋଲିସ ର ବିନ୍ଧିଲା ମୁଣ୍ଡ । ଚାରିଆଡେ ଛାନଭିନ୍‌ । ଶେଷରେ ଚିତ୍ରକୂଟରୁ କିଛି ମାଇଲ ଦୂର ମାଇହାର ମନ୍ଦିର ନିକଟରେ ଠାବ ହେଲେ କାନପୁର ର ଗୋଲଡେନ ବାବା । ଭିନ୍ନ ରୂପରେ, ଭିନ୍ନ ପରିସ୍ଥିତିରେ ଉଦ୍ଧାର ହେଲେ ବାବା । ଆଉଯାହା କହିଲେ, ସେଥିରେ ସମସ୍ତେ ହୋଇଗଲେ ସ୍ତବ୍ଧ ।

ମନୋଜ ସେଙ୍ଗର ଓରଫ ଗୋଲଡେନ ବାବା । ଘର କାନପୁରର ନିକଟ କୋକାଡିଓ । ଗୁଗୁଲ୍‌ ଦେଇଥିଲା ଗୋଲଡେନ୍ ବାବା ନାଁ । ଲୋକେ ତାଙ୍କୁ କୁହନ୍ତି କାନପୁର ର ବାପି ଲାହିରି । କାରଣ ତାଙ୍କ ବେଶ ଭୂଷା ସେମିତି । ବାବା ପିନ୍ଧନ୍ତି ୨ କିଲୋ ର ସୁନା ଗହଣା । ହାର, ଚେନ୍, ବଳା, କାନ ର କୁଣ୍ଡଳୀ ଇତ୍ୟାଦି । ତେବେ ଅଧିକ ଚର୍ଚ୍ଚା ବାବାଙ୍କ ସୁନା ର ମାସ୍କକୁ ନେଇ । କରୋନା ପାଇଁ ବାବା ପିନ୍ଧୁଥିଲେ ସୁନା ର ମାସ୍କ, ଦାମ୍‌ ତାହାର ୫ ଲକ୍ଷ ଟଙ୍କା । ଖାଲି ସେତିକି ନୁହେଁ, ବାବାଙ୍କ ପାଖରେ ଥାଏ ରୂପା ଖୋଳରେ ଏକ ରାଇଫଲ । ଦୁଇଜଣ ସଶସ୍ତ୍ର ଦେହରକ୍ଷୀ ଥାଆନ୍ତି ସାଙ୍ଗରେ । କିନ୍ତୁ ଏତେ ଆଭୂଷଣ ଓ ସୁରକ୍ଷା ସତ୍ତ୍ବେ ବାବା ହୋଇଗଲେ ନିଖୋଜ ।

ମଙ୍ଗଳ ବାର ସକାଳ ସାଢେ ଛଅରେ ବାବା ଘରୁ ବାହାରିଲେ । କହିଲେ ଯାଉଛି ମନ୍ଦିର । କିନ୍ତୁ ଆଉ ଫେରିଲେନି । ବଢିଲା ସମସ୍ତଙ୍କ ଚିନ୍ତା । ତେବେ ଏକମାତ୍ର ଆଶ୍ବସ୍ତି ଥିଲା ଯେ, ବାବା ସବୁ ଅଳଙ୍କାର ଓହ୍ଲାଇ ରଖିଦେଇ ଯାଇଥିଲେ । କିନ୍ତୁ ନେଇ ନଥିଲେ ମୋବାଇଲ ଫୋନ୍‌, କିମ୍ବା ସାଙ୍ଗରେ ଯାଇ ନଥିଲେ ଦେହରକ୍ଷୀ । କୁଆଡେ ଗଲେ ସେ ? ସିସିଟିଭି ର ଶେଷ ଫଟୋ ଥିଲା ଗେରୁଆ ସାଧାରଣ ବେଶରେ କାନ୍ଧରେ ଝୁଲା ବ୍ୟାଗ୍‌ ପକାଇ ଚାଲିଛନ୍ତି ବାବା । ପୋଲିସ ସେହି ଆଧାରରେ ଚଳାଇଥିଲା ଛାନଭିନ୍‌ ।

ଜଣେ ବ୍ୟକ୍ତି ବୁଧବାର ବାବାଙ୍କୁ ଚିତ୍ରକୂଟରେ ଦେଖିଲେ । ଘରଲୋକେ ଖବର ପାଇ ସେଠାରେ ପହଞ୍ଚିଲା ବେଳକୁ ବାବା କିନ୍ତୁ ନଥିଲେ । ସେ ବସ୍‌ରେ ଚାଲି ଯାଇଥିଲେ ଦେବୀ ମାଇହାରଙ୍କ ମନ୍ଦିର । ତା ଭିତରେ ଭଗବାନ କାମନାଥଙ୍କ ମନ୍ଦିର ଓ କାମଦଗିରି ପରିକ୍ରମା କରୁଥିବାର ମଧ୍ୟ କିଛି ଲୋକ ଦେଖିଥିଲେ । ତେବେ ବାବା ଥିଲେ ସାଧାସିଧା ବାଜୀ ବେଶରେ, ହାତରେ ଥିଲା ଲଡୁଗୋପାଳଙ୍କ ମୂର୍ତ୍ତୀ । ଶେଷରେ ମାଇହାର ଦେବୀ ଶାରଦାଙ୍କ ମନ୍ଦିର ନିକଟରେ ବାବାଙ୍କୁ ପାଇଲା ପୋଲିସ । ଆଉ ବାବା କହିଲେ ତାଙ୍କ ବୈରାଗ୍ୟ ର କଥା ।

ଏକାନ୍ତ ବାସରେ ରହିବାକୁ ଚିନ୍ତାର ଥିଲେ ଗୋଲଡେନ ବାବା । କୃଷ୍ଣ ପ୍ରେମରେ ସେ ନେଇଥିଲେ ଏପରି ନିଷ୍ପତ୍ତି । ଚିତ୍ରକୂଟରେ ସେ ସନ୍ଥ ମଦନ ଗୋପାଳ ଦାସଙ୍କୁ ଭେଟି ତାଙ୍କ ମନକଥା କହିଥିଲେ । ଏହା ସହ କାମଦଗିରିର ପୀଠାଧିଶ ଜଗତଗୁରୁ ସ୍ବାମୀ ସ୍ବରୂପାଚାର୍ଯ୍ୟଙ୍କୁ ଭେଟିବାକୁ ଚାହିଁଥିଲେ । ଗୋଲଡେନ୍‌ ବାବାର ପରିଚୟରୁ ବାହାରିବାକୁ ବୋଧହୁଏ ପ୍ରଚେଷ୍ଟା କରୁଥିଲେ । କିନ୍ତୁ ଅଭିଯାନ ଅଧାରେ ପୁଣି ଘରକୁ ଫେରିଲେ । କାରଣ ତାଙ୍କୁ ପୂର୍ବରୁ ଥିଲା ହତ୍ୟା ଧମକ । ଅପହରଣରୁ ବର୍ତ୍ତିଥିଲେ ସେ । ତେଣୁ ପୋଲିସ ଥିଲା ଚିନ୍ତାରେ । କିନ୍ତୁ ଗୋଲଡେନ ବାବା ମିଳିଲେ ଭିନ୍ନ ରୂପରେ । ବିନା ଅଳଙ୍କାରରେ ।