ଶନିବାର ଅପରାହ୍ନରେ ଦିଲ୍ଲୀରେ ପହଁଚିବେ ଜାପାନ ପ୍ରଧାନମନ୍ତ୍ରୀ : ଶିଖର ସମ୍ମିଳନୀରେ ହେବେ ସାମିଲ

0
155
ଶନିବାର ଅପରାହ୍ନରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //

ନୂଆଦିଲ୍ଲୀ, (୧୯/୦୩) : ଶନିବାର ଅପରାହ୍ନରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦା ଦୁଇ ଦିନିଆ ଗସ୍ତରେ ଭାରତ ଆସୁଛନ୍ତି । ସେ ଶନିବାର ଓ ରବିବାର ଦିଲ୍ଲୀରେ ରହିବେ । ସେଠାରେ ଭାରତ-ଜାପାନ ସମ୍ମିଳନୀରେ ଭାଗ ନେବେ । ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ବିଦେଶ ମନ୍ତ୍ରାଳୟ ର ମୁଖପାତ୍ର ଅରିନ୍ଦମ ବାଗ୍‌ଚି କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣକ୍ରମେ ତାଙ୍କ ଜାପାନ ପ୍ରତିପକ୍ଷ ୧୪ ତମ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀ ଲାଗି ମାର୍ଚ୍ଚ ଶନିବାର ଅପରାହ୍ନରେ ଓ ରବିବାର ନୂଆଦିଲ୍ଲୀରେ ପହଞ୍ଚିବେ । ଏହା ଦୁଇ ନେତାଙ୍କ ମଧ୍ୟରେ ପ୍ରଥମ ସାକ୍ଷାତ ହେବ ।

ଏହି ଶିଖର ସମ୍ମିଳନୀ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗର ସମୀକ୍ଷା ଓ ତାକୁ ମଜଭୁତ କରିବା ସହ ପାରସ୍ପରିକ ହିତର ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗରେ ବିଚାରର ଆଦାନପ୍ରଦାନ କରିବାର ଅବସର ପ୍ରଦାନ କରିବ । ଜାପାନ ପ୍ରଧାନମନ୍ତ୍ରୀଙ୍କ ପରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ୍‌ ମାରିସନ୍‌ ଭାରତ ଆସିବେ । ସେ ଭାରତ-ଅଷ୍ଟ୍ରେଲିଆ ଶିଖର ସମ୍ମିଳନୀରେ ସାମିଲ ହେବେ ।

ପ୍ରଧାନମନ୍ତ୍ରୀ ମୋଦି ଓ ମାରିସନ୍‌ ମାର୍ଚ୍ଚ ୨୧ ତାରିଖରେ ଦ୍ୱିତୀୟ ଭାରତ-ଅଷ୍ଟ୍ରେଲିଆ ଭର୍ଚୁଆଲ୍‌ ଶିଖର ସମ୍ମିଳନୀ କରିବେ । ଉଭୟ ଦେଶ ମଧ୍ୟରେ ପ୍ରଥମ ଶିଖର ସମ୍ମିଳନୀ ୨୦୨୦ ଜୁନ୍‌ ୪ ତାରିଖରେ ଭର୍ଚୁଆଲ୍‌ ମାଧ୍ୟମରେ ହୋଇଥିଲା ।