ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପରୁ ଲୁଟିଲେ ୨୦ ଲକ୍ଷ

0
140
ବନ୍ଧୁକ ଦେଖାଇ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୨୧/୦୩) : ଦିନକୁ ଦିନ ବଢ଼ୁଛି ଲୁଟେରାଙ୍କ ରାଜୁତି । ରାଜ୍ୟ ର ବିଭିନ୍ନ ସ୍ଥାନରେ ଲୁଟେରା ମାନେ ସକ୍ରିୟ ହେଉଛନ୍ତି । ଆଜି କେନ୍ଦୁଝର ରେ ବନ୍ଧୁକ ଦେଖାଇ ବଡ଼ ଧରଣ ର ଲୁଟ୍‌ ହୋଇଛି ।

କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ପଦ୍ମପୁର ସ୍ଥିତ ଏକ ପେଟ୍ରୋଲ ପମ୍ପରୁ ୬ ଜଣ ଦୁର୍ବୃତ୍ତ ଲୁଟ୍‌ କରିଛନ୍ତି । ଦୁର୍ବୃତ୍ତ ମାନେ ପେଟ୍ରୋଲ ପମ୍ପକୁ ଆସିବା ସହ ପେଟ୍ରୋଲ ପକାଇବାର ବାହାନା କରିଥିଲେ । ପରେ ବନ୍ଧୁକ ଦେଖାଇ ୨୦ ଲକ୍ଷ ଟଙ୍କା ଲୁଟ କରିଥିଲେ । ଆଜି ଏହି ଲୁଟ୍‌ ହୋଇଥିବା ବେଳେ ଲୁଟ୍‌ କରିବା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ ।

ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି । ରାଜ୍ୟ ର ବିଭିନ୍ନ ସ୍ଥାନରେ ଲୁଟେରା ମାନେ ସକ୍ରିୟ ହେଉଥିବା ଏକ ଚିନ୍ତା ର ବିଷୟ ପାଲଟି ଯାଇଛି ।