ଦୋରାଗୁଡା ଆଶ୍ରମ ସ୍କୁଲରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ୧୧ ଛାତ୍ର

0
305
ଦୋରାଗୁଡା

ରିପୋର୍ଟ : ଏନ.ସନ୍ତୋଷ କୁମାର //
ବୈପାରିଗୁଡା, (୨୨/୦୩) : କୋରାପୁଟ ଜିଲ୍ଲା ର ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦୋରାଗୁଡା ସ୍ଥିତ ଆଶ୍ରମ ସ୍କୁଲ ର ୧୧ ଜଣ ଛାତ୍ର ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ବୈପାରିଗୁଡା ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି ।43d623d6 4e68 4fd8 96e1 56080b868b00 ଦୋରାଗୁଡା ଆଶ୍ରମ ସ୍କୁଲରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ୧୧ ଛାତ୍ର

ଦୋରାଗୁଡା ଆଶ୍ରମ ସ୍କୁଲରେ ଆକ୍ରାନ୍ତ ଛାତ୍ରମାନେ ଦ୍ବିତୀୟ ଶ୍ରେଣୀରୁ ଷଷ୍ଠ ଶ୍ରେଣୀ ଯାଏ ରହିଥିବା ଶିକ୍ଷକଙ୍କ ଠାରୁ ପ୍ରକାଶ । ଗତ ସୋମବାର ଦିନ ସକାଳୁ ଦୁଇ ଜଣ ଛାତ୍ର ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବାରୁ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଅଣାଯାଇଥିଲା । ଆଜି ଆଉ ନଅ ଜଣକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ଜଣକୁ ସାଲାଇନ ଦିଆଯାଉଥିବା ଡାକ୍ତର ସୂଚନା ଦେଇଛନ୍ତି । ଡ଼ାକ୍ତର କହିବା ଅନୁଯାୟୀ ବଦ୍ ହଜମି ଭୋଗୁଥିବା ବେଳେ ଆବଶ୍ୟକୀୟ ପରିମାଣ ର ପାଣି ପିଉ ନଥିବା ଡାକ୍ତର ପ୍ରକାଶ କରିଛନ୍ତି । ପ୍ରକାଶ ଥାଉ କି, ରବିବାର ଦିନ ପିଲାଙ୍କୁ ଚିକେନ ଖାଇବାକୁ ଦିଆ ଯାଇଥିଲା ।

ବିଦ୍ୟାଳୟ ପାଇଁ ପାଣି ର ବ୍ୟବସ୍ଥା ରହିଥିଲେ ମଧ୍ୟ ଦୁଇ ଦିନ ତଳେ ମୋଟର ଖରାପ ହୋଇଯାଇଥିବାରୁ ପିଲାଙ୍କୁ ପିଇବା ପାଣି ମିଳୁ ନଥିବା ଯୋଗୁଁ ବାହାର ପାଣି ବ୍ୟବହାର କରୁଥିବା ନେଇ ଛାତ୍ରମାନେ ପ୍ରକାଶ କରିଥିଲେ । ଡାକ୍ତରୀଦଳ ତୁରନ୍ତ ଆଶ୍ରମ ସ୍କୁଲକୁ ଯାଇ ସମସ୍ତ ଛାତ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରିଥିଲେ ବୋଲି ପ୍ରଧାନ ଶିକ୍ଷକ ଏବଂ ଡବ୍ଲୁଇଓ ଶୁଞ୍ଜାନ ରଂଜନ ଜାଲା ପ୍ରକାଶ କରିଛନ୍ତି ଏବଂ ଯଥାଶୀଘ୍ର ପାନୀୟ ଜଳ ର ସୁବିଧା କରାଯିବ ବୋଲି କହିଛନ୍ତି ।