ପୌର ପରିଷଦ ନିର୍ବାଚନ ପ୍ରଚାର ର ଶେଷ ଦିନରେ ବିନିକା ବିଜେପିର ବାଇକ ରେଲି ସହ ପ୍ରଚାର ଜୋରଦାର

0
188
ପୌର ପରିଷଦ ନିର୍ବାଚନ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, ସୁବର୍ଣ୍ଣପୁର, (୨୨/୩) : ପୌର ପରିଷଦ ନିର୍ବାଚନ ପ୍ରଚାର ର ଆଜି ଶେଷ ଦିନରେ ବିନିକାରେ ଆଇନଜୀବି ପ୍ରଶାନ୍ତ ଦଣ୍ଡସେନା ଙ୍କ ନେତୃତ୍ୱ ରେ ବିଜେପି ଦଳ ତରଫରୁ ଏକ ଶତାଧିକ ବାଇକ ରେଲି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।WhatsApp Image 2022 03 23 at 9.55.23 AM ପୌର ପରିଷଦ ନିର୍ବାଚନ ପ୍ରଚାର ର ଶେଷ ଦିନରେ ବିନିକା ବିଜେପିର ବାଇକ ରେଲି ସହ ପ୍ରଚାର ଜୋରଦାର

ଆଜି ପୌର ପରିଷଦ ନିର୍ବାଚନ ପ୍ରଚାର ର ଶେଷ ଦିନରେ ସ୍ଥାନୀୟ ଯୋଗେଶର ମନ୍ଦିର ଠାରୁ ବାହାରି ବିଜେପି ନିଜର ଶକ୍ତି ପ୍ରଦର୍ଶନ କରିବା ସହ ବିନିକା ସହର ର ବିଭିନ୍ନ ସ୍ଥାନ କୁ ଯାଇ ପ୍ରଚାର କରିଥିବା ଦେଖିବାକୁ ମିଳିଛି । ସେହିପରି ବୀରମହରାଜ ପୁର ବିଧାୟକ ପ୍ରାଥୀ ରଘୁନାଥ ଜଗଦଳା, ଜିଲ୍ଲା ର ସାଧାରଣ ସମ୍ପାଦକ ବିଶ୍ଵମ୍ବର ମିଶ୍ର, ଜିଲ୍ଲା ପରିଷଦ ସଭ୍ୟା ପ୍ରମିଳା କଳତା, ପୂର୍ବତନ ଜିଲ୍କା ସଭାପତି ବିଜୟ ମହାକୁର, ସମ୍ବିତ ନେପାକ,ଆଇନଜୀବି, ଦେବାଶିଷ ଦାଶ ମଧ୍ୟ ବିନିକା ଆସି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ।

ପ୍ରମୁଖ ସହର ର ବିଭିନ୍ନ ପଡ଼ା ଓ ୱାର୍ଡରେ ରେଲି କରିବା ସହିତ ଦୋକାନ ବଜାର ବୁଲି ବିଜେପି ପାଇଁ ଭୋଟ ଭିକ୍ଷା ମାଗିଥିଲେ । ରାଜ୍ୟ ସରକାରଙ୍କ ବିଫଳତା ଉପରେ ଭୋଟରଙ୍କୁ ସଚେତନ କରିବା ସହ ଏକମାତ୍ର ଦଳ ବିଜେପି ଦଳ ହିଁ ସୁଶାସନ ଦେବ ତେଣୁ ବିଜେପି ପ୍ରାର୍ଥୀଙ୍କୁ ପଦ୍ମ ଫୁଲ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଅନୁରୋଧ କରିଥିଲେ ।