ତାରା ପ୍ରସାଦ ବାହିନୀପତିଙ୍କୁ ହତ୍ୟା ଧମକ

0
303
ତାରା ପ୍ରସାଦ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କୋରାପୁଟ, (୨୩/୦୩) : ତାରା ପ୍ରସାଦ ବାହିନୀପତିଙ୍କୁ ହତ୍ୟା ଧମକ । ସାମ୍ବାଦିକ ସମ୍ମିଳନୀ କରି ଗଣମାଧ୍ୟମ କୁ ଏଭଳି ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି ।

ଦୁଇ ଦିନ ତଳେ ଜୟପୁରରେ ହୋଇଥିବା ଗୁଳିକାଣ୍ଡ କୁ କଂଗ୍ରେସ ଦଳ ର ବିଧାୟକ ତାରା ପ୍ରସାଦ ବାହିନୀପତି ଜୟପୁର ଟାଉନ ଥାନା ଘେରାଉ କରିବା ସହ ରାସ୍ତା ଅବରୋଧ କରିଥିଲେ । ପରେ ଜୟପୁର ଟାଉନ ଥାନା ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ବି ମୁଖ୍ୟ ଅଭିଯୁକ୍ତ ଏ ଯାଏ ଧରା ପଡି ନାହିଁ । ଅଭିଯୁକ୍ତମାନେ ଶାସକ ଦଳ ବିଜେଡି ର ହୋଇଥିବାରୁ ପୋଲିସ ସେମାନଙ୍କୁ ସୁରକ୍ଷା ଦେଉଥିବା ସେ ଅଭିଯୋଗ କରିଛନ୍ତି । ତେଣୁ ତାଙ୍କ ଜୀବନ ପ୍ରତି ବିପଦ ରହିଛି । ସେ ଏହି ଘଟଣା ବିଧାନସଭା ରେ ମଧ୍ୟ ଉଠାଇବେ ବୋଲି କହିଛନ୍ତି ।