କଳାରାହାଙ୍ଗ ଅଂଚଳ ରୁ ଜବତ ହେଲା ୭ ମଣିଷ ଖପୁରୀ : ପୋଲିସ ର ଛାନଭିନ୍ ଜାରୀ

0
210
କଳାରାହାଙ୍ଗ ଅଂଚଳ

ରିପୋର୍ଟ : ସୁଭାସିସ ନାୟକ //
ଭୁବନେଶ୍ୱର, (୨୪/୦୩) : ରାଜଧାନୀରେ ଚାଂଚଲ୍ୟ । ଭୁବନେଶ୍ୱର ପଟିଆ କଳାରାହାଙ୍ଗ ଅଂଚଳ ରୁ ଏକାଧିକ ଖପୁରୀ ଜବତ । କଳାରାହାଙ୍ଗ ଅଂଚଳର ଏକ ପୋଲ ତଳୁ ଏହି ମଣିଷ ଖପୁରୀ ଓ କିଛି ହାଡ଼ ମିଳିଛି ।

କଳାରାହାଙ୍ଗ ଅଂଚଳ ରେ ପାଖାପାଖି ୭ଟି ମଣିଷ ଖପୁରୀ ସହ ବହୁ ହାଡ଼ ପଡ଼ିଥିବା ଦେଖ୍ିବାକୁ ମିଳିଛି । ତେବେ ଏତେ ସଂଖ୍ୟକ ମଣିଷ ଖପୁରୀ ଓ କଙ୍କାଳ କେଉଁଠୁ ଆସିଲା, ତାହା ସ୍ଥାନୀୟ ଅଂଚଳ ରେ ଚାଂଚଲ୍ୟ ଖେଳାଇ ଦେଇଛି । ପୋଲ ତଳେ ମଣିଷ ଖପୁରୀ ଓ କଙ୍କାଳ କୁ ଦେଖିବା ପାଇଁ ପୋଲ ଉପରେ ଲୋକମାନେ ଭିଡ଼ ଜମାଇଥିଲେ । ତେବେ ଏହିସବୁ ମଣିଷ ଖପୁରୀ ଓ କଂକାଳ କୁ ଏଠାରେ କିଏ ଫୋପାଡ଼ିଲା ? କେଉଁଠୁ ଆଣିଲା ? ତାହା ସ୍ପଷ୍ଟ ହୋଇ ପାରି ନାହିଁ । ଏ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ