-5.7 C
Innichen
Monday, July 4, 2022

ସୁବର୍ଣ୍ଣପୁର ରେ ଗାନ୍ଧିଜୀଙ୍କ ପ୍ରଥମ ଓଡ଼ିଶା ଆଗମନ ର ଶତବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ମୃତି ଚାରଣ ସଭା

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ସୋନପୁର, (୨୪/୩) : ସୁବର୍ଣ୍ଣପୁର ରେ ଗାନ୍ଧିଜୀଙ୍କ ପ୍ରଥମ ଓଡ଼ିଶା ଆଗମନ ର ଶତବର୍ଷ ପୂର୍ତ୍ତି ଉପଲକ୍ଷେ, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଥିବା ଜିଲ୍ଲା ଗ୍ରନ୍ଥାଳୟରେ ଏକ ସ୍ମୃତିଚାରଣ ସଭା ଆୟୋଜିତ ହୋଇଯାଇଛି l

ଜିଲ୍ଲାପାଳ ଆବୋଲୀ ସୁନୀଲ ନରୱଣେ ଙ୍କ ସଭାପତିତ୍ବ କରି ସୁବର୍ଣ୍ଣପୁର ରେ ଗାନ୍ଧିଜୀଙ୍କ ଜୀବନ ଦର୍ଶନ ର ଆଲୋକପାତ କରି ବିଫଳତା ଓ ସଫଳତା ଉଭୟ ଭଗବାନ ଙ୍କ ଆଶୀର୍ବାଦ ସେଥିରେ ଭାଙ୍ଗି ନ ଯାଇ ଆଗକୁ ପ୍ରୟାସ ଜାରି ରଖିବା ଉଚିତ ବୋଲି ନିଜର ଛାତ୍ର ଜୀବନ ର କିଛି ଉଦାହରଣ ଦେଇଥିଲେ l ଏହି ସଭାରେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ଐତିହାସିକ ଡଃ କେଦାରନାଥ ମିଶ୍ର, ଓଡ଼ିଶା ସାହିତ୍ୟ ଏକାଡେମୀ ର ସଦସ୍ୟ ଅଧ୍ୟାପକ ଡଃ ଦେବାଶିଷ ପାଣ୍ଡିଆ, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଦସ୍ୟ ଶାଶ୍ୱତ ତ୍ରିପାଠୀ ଉପସ୍ଥିତ ଥିଲେ I ଡଃ ପାଣ୍ଡିଆ ସ୍ଵାଗତ ଅଭିଭାଷଣ ଦେଇଥିଲେ ଏବଂ ଜିଲ୍ଲା ଗ୍ରନ୍ଥାଳୟ ର ପାଠକ ପାଠିକା ମାନେ ଏହି ଅବସରରେ ନିଜ ନିଜର ମନ୍ତବ୍ୟ ରଖିଥିଲେ l ଶ୍ରୀ ତ୍ରିପାଠୀ ଗାନ୍ଧୀ ଙ୍କ ଓଡ଼ିଆ ଆଗମନ ସ୍ମୃତି ଚାରଣ କରିଥିଲେ |

ଡଃ କେଦାରନାଥ ମିଶ୍ର ଗାନ୍ଧୀଜୀ ଙ୍କ ସ୍ମୃତି ଚାରଣ କରିବା ସହିତ ଗଙ୍ଗାଧର ଙ୍କ ସଂସ୍କାର ବାଦ, ଲାଲ ବାଲ ପାଲ ଙ୍କ ସ୍ୱରାଜ ବାଦ ଓ ନିଜ ର ଅହିଂସା ବାଦ କୁ ସମନ୍ୱୟ ରଖି ଗାନ୍ଧିଜୀ ସ୍ୱାଧୀନତା ହାସଲ କରିଥିବା କହି ତତ୍କାଳୀନ ସମସାମୟିକ ସ୍ଥିତି ଏବଂ ସ୍ଵାଧୀନତା ସଂଗ୍ରାମରେ ଗାନ୍ଧୀଙ୍କ ଅନେକ ଭୂମିକା ଉପରେ ବିଶେଷ ଆଲୋକପାତ କରିଥିଲେ l

ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦାଶ ଗାନ୍ଧୀ ଙ୍କ ବଳିଷ୍ଠ ନେତୃତ୍ବରେ କିଭଳି ଭାବରେ ସମାଜରୁ ଛୁଆଁ ଅଛୁଆଁ ଭେଦଭାବ ଦୂର ହୋଇ ସାମଗ୍ରିକ ଭାବରେ ଭାରତୀୟ ସମାଜ ଏକତ୍ରୀତ ହୋଇ ସ୍ଵାଧୀନତା ଲାଭ କଲା ତାର ସ୍ମୃତି ମନ୍ଥନ କରି ଆଚରଣ ଓ ଉଚ୍ଚାରଣ ର ସମନ୍ୱୟରେ ବଳିଷ୍ଠ ବ୍ୟକ୍ତିତ୍ୱ ର ପ୍ରତିଷ୍ଠା ଉପରେ ଆଲୋକପାତ କରିଥିଲେ l ବର୍ତ୍ତମାନ ସମୟରେ ମଧ୍ୟ ଗାନ୍ଧୀବାଦ ର ପ୍ରାସଙ୍ଗିକତା ରହିଥିବା ଉଲ୍ଲେଖ କରି ଯୁବା ପିଢି ଙ୍କୁ ସେହି ଆଦର୍ଶ ରେ ଅନୁପ୍ରାଣିତ ହେବା ପାଇଁ ଜ଼ିଲ୍ଲାପାଳ ଓ ସମସ୍ତ ଅତିଥି ଉଦବୋଧନ ଦେଇଥିଲେ l

ଡେପୁଟି କଲେକ୍ଟର ଡଃ ଇପ୍ସିତI ପ୍ରିୟଦର୍ଶିନୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l ସଭାକୁ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ବିଦ୍ୟାପତି ପଣ୍ଡା ପରିଚାଳନା କରିଥିଲେ l ଏହି ସଭାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପଧାନ ଙ୍କ ସହିତ ସହର ର ଇଙ୍କଫେଷ୍ଟ, ସଂସ୍କାର ଭାରତୀ, ସ୍ୱଚ୍ଛ ଭାରତ, ମହାନଦୀ ସାହିତ୍ୟ ସଂସଦ, ବାପୁଜୀ କ୍ଳବ ର ବରିଷ୍ଠ କର୍ମକର୍ତ୍ତା, ନାଗରିକ ସମାଜର ଗାନ୍ଧୀପ୍ରେମୀ ବିଦ୍ଵାନ ମଣ୍ଡଳୀ ଓ ଗଣ ମାଧ୍ୟମର ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ l

Related Articles

Stay Connected

0FansLike
3,376FollowersFollow
19,800SubscribersSubscribe
- Advertisement -spot_img

Latest Articles